ପାକ୍ ଅଧିକୃତ କାଶ୍ମୀର ପାକିସ୍ତାନର: ଫାରୁକ

ଶ୍ରୀନଗର: ପାକ୍ ଅଧିକୃତ କାଶ୍ମୀର ପାକିସ୍ତାନର ଏକ ଅଂଶ ଏବଂ କାଶ୍ମୀରର ଅବଶିଷ୍ଟ ଅଂଶ ଭାରତର। ଏଭଳି ମନ୍ତବ୍ୟ ଦେଇଛନ୍ତି ଜମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା। ପାକ୍ ଅଧିକୃତ କାଶ୍ମୀରକୁ ଭାରତରେ ମିଶାଇ ଦିଆଯିବା ନେଇ ଏକ ପ୍ରଶ୍ନର ଉତ୍ତରରେ ଅବଦୁଲ୍ଲା କହିଥିଲେ, ଏହା ସମ୍ଭବ ନୁହେଁ। ଫାରୁକ୍ ଆହୁରି ମଧ୍ୟ କହିଛନ୍ତି, କିଛି ବର୍ଷ ହେଲା ଏହି ପ୍ରସଙ୍ଗ ନେଇ ଆଲୋଚନା ହୋଇନି। ଏବେ ପିଓକେ ପ୍ରସଙ୍ଗରେ ଦୁଇ ଦେଶ କଥାବାର୍ତ୍ତା ପାଇଁ ଆଗେଇ ଆସିବା ଉଚିତ୍। ପିଓକେ ଭାରତର ବୋଲି ଦାବି ହୋଇଆସୁଥିଲା। କିନ୍ତୁ ବର୍ତ୍ତମାନ ସ୍ଥିତିରେ ଏହା ଭାରତକୁ ଫେରିପାରିବ କି ବୋଲି ପ୍ରଶ୍ନ କରିଛନ୍ତି ଫାରୁକ। ତାଙ୍କର ଏଭଳି ମନ୍ତବ୍ୟକୁ ନେଇ ଏବେ ରାଜନୀତି ଜୋର ଧରିଛି। ସେପଟେ ବିଜେପି ଏ ପ୍ରସଙ୍ଗରେ କହିଛି ଫାରୁକଙ୍କ ମନ୍ତବ୍ୟ ସମ୍ୱିଧାନ ବିରୋଧୀ। ଦେଶ ଏହାକୁ କେବେ ସମର୍ଥନ କରିବ ନାହିଁ ବୋଲି ବିଜେପି କହିଛି।