ପାକ୍‌ ସେନାର ଯୁଦ୍ଧବିରତି ନିୟମ ଉଲ୍ଲଂଘନ

ଜମ୍ମୁ: ପାକିସ୍ତାନ ସେନା ଆଜି ଜମ୍ମୁ ଓ କାଶ୍ମୀରର ସାମ୍ବା ସେକ୍ଟରରେ ଅନ୍ତର୍ଜାତୀୟ ସୀମାରେଖା ନିକଟରେ ଦୁଇ ଥର ଭାରତୀୟ ସେନାଙ୍କ ଶିବିର ଉପରେ ଆକ୍ରମଣ କରିଛି। ଏହି ଯୁଦ୍ଧବିରତି ନିୟମ ଉଲ୍ଲଂଘନରେ ଭାରତୀୟ ସେନାର କେହି ହତାହତ ହୋଇନାହାନ୍ତି।

ସକାଳ ପ୍ରାୟ ୮ଟା ୪୫ ମିନିଟ୍‌ରେ ପାକ୍ ସେନା ପକ୍ଷରୁ ପ୍ରଥମେ ଏହି ସେକ୍ଟରରେ ଆକ୍ରମଣ କରାଯାଇଥିଲା ବୋଲି ଜଣେ ବିଏସ୍‌ଏଫ୍ ଅଧିକାରୀ କହିଛନ୍ତି। ଏହା ପରେ ସକାଳ ପ୍ରାୟ ୯ଟା ୩୫ରେ ପୁଣି ଥରେ ଆକ୍ରମଣ କରାଯାଇଥିଲା। ଛୋଟ ଅସ୍ତ୍ରରୁ ଗୁଳି ଚଳାଯିବା ସହ ୫୧ ଏମ୍‌ଏମ୍‌ ମୋର୍ଟାର ବୋମା ଫୋପଡ଼ା ଯାଇଥିଲା।