ପାକିସ୍ତାନ ବୋମା ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୨୮କୁ ବୃଦ୍ଧି

କରାଚି: ପାକିସ୍ତାନରେ ଘଟିଥିବା ବୋମା ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୨୮କୁ ବୃଦ୍ଧି ପାଇଛି। ଆଜି ଏଥିପାଇଁ ନିଜକୁ ଦାୟୀ କରିଛି ତାଲିବାନ୍‌ ଗ୍ରୁପର ଜମ୍ମାତ୍‌ ଉଲ୍‌ ଅହରାର (ଜେୟୁଏ)।

ଆଫଗାନସ୍ତାନ ସୀମାବର୍ତ୍ତୀ ଅଞ୍ଚଳରେ ଥିବା ଏକ ମସ୍‌ଜିଦ୍ ନିକଟରେ ଜଣେ ଆତ୍ମଘାତି ଆତଙ୍କବାଦୀ ବିସ୍ଫୋରଣ କରିବାରୁ ୨୮ ଜଣଙ୍କର ମୃତ୍ୟୁ ଘଟିଛି।

ଏଥିରେ ୩୧ ଜଣ ଗୁରୁତର ଆହତ ହୋଇଥିବା ବେଳେ ୫ ଶିଶୁ ଗୁରୁତର ଅଛନ୍ତି। ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରଯାଇଛି।