ପାକିସ୍ତାନର ପୁଣି ଅସ୍ତ୍ରବିରତି ଉଲ୍ଲଘଂନ, ଭାରତର କଡ଼ା ଜବାବ   

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରରେ ନିୟନ୍ତ୍ରଣ ରେଖା (ଏଲ୍‌ଓସି) ଓ ଅନ୍ତର୍ଜାତୀୟ ସୀମା ନିକଟରେ ପାକିସ୍ତାନ ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ କରି ଚାଲିଛି। ଆଜି ସକାଳେ ନୌସେରା, ସୁନ୍ଦରବନୀ ଓ ପାଲନାୱାଲା ସେକ୍ଟରରେ ପାକ୍ ସେନା ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି। ଏଠାରେ ପାକ୍ ସେନା ପକ୍ଷରୁ ଗୁଳିମାଡ଼ କରିବା ସହିତ ମୋର୍ଟାର ମାଡ଼ କରାଯାଇଛି।

ଭାରତୀୟ ସେନା ପକ୍ଷରୁ ପାକିସ୍ତାନକୁ କଡ଼ା ଜବାବ ଦିଆଯାଇଛି। ଭାରତୀୟ ସେନାର ପାଲଟା ଆକ୍ରମଣରେ ପାକିସ୍ତାନ ସୀମାରେ ବ୍ୟାପକ କ୍ଷତି ଘଟିଛି। ବିଏସ୍‌ଏଫ୍‌ର ପ୍ରବଳ ଗୁଳିମାଡ଼ରେ ପାକିସ୍ତାନର ନାରୋୱାଲାର ଶକରଗଡ଼ରେ ଅନେକ ଗାଁରେ ନିଆଁ ଲାଗିଯାଇଛି। ପାକିସ୍ତାନ ସେନାର ଅନେକ ଟାୱାର ନଷ୍ଟ ହୋଇଯାଇଛି। ଅନେକ ପାକିସ୍ତାନୀ ରେଞ୍ଜର୍ସ ଆହତ ହୋଇଛନ୍ତି। ଆହତ ପାକିସ୍ତାନୀ ରେଞ୍ଜର୍ସମାନଙ୍କୁ ନେବା ପାଇଁ ଅନେକ ପାକିସ୍ତାନୀ ଆମ୍ବୁଲାନ୍ସ ସୀମାକୁ ଆସିଥିବା ସୂଚନା ମିଳିଛି।