୫ ବର୍ଷରେ ୨୯୮ ଭାରତୀୟଙ୍କୁ ନାଗରିତ୍ୱ ଦେଇଛି ପାକିସ୍ତାନ

ନୂଆଦିଲ୍ଲୀ,(ଓଡ଼ିଶା ରିପୋର୍ଟର): ବିଗତ ୫ ବର୍ଷରେ ପାକିସ୍ତାନ ୨୯୮ ଜଣ ଭାରତୀୟଙ୍କୁ ନାଗରିଭାବେ ଅନୁମୋଦନ କରିଛି।  ପାକିସ୍ତାନ ଗୃହମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ,  ୨୦୧୨ରୁ ୨୦୧୭ ଏପ୍ରିଲ ୧୪ ମଧ୍ୟରେ  ପାକିସ୍ତାନରେ ୨୯୮ ଜଣ ପ୍ରବାସୀ ଭାରତୀୟଙ୍କୁ ନାଗରିକଭାବେ ସ୍ୱିକୃତି ଦିଆଯାଇଛି। ଏନେଇ ସ୍ଥାନୀୟ ଗଣମାଧ୍ୟମ ଟ୍ରିବୁନ୍‌ରେ ଏକ ରିପୋର୍ଟ ପ୍ରକାଶ ପାଇଛି।

ଏଥିରେ ପାକ୍‌ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ରିପୋର୍ଟ ପ୍ରକାଶ ପାଇଛି।  ଏଥିରେ ଉଲ୍ଲେଖ ରହିଛି ଯେ,୨୦୧୨ରେ ୪୮,  ୨୦୧୩ରେ ୭୫, ୨୦୧୪ରେ ୭୬ ଜଣଙ୍କୁ ନାଗରିକତା ମିଳିଛି। ୨୦୧୫ରେ ମାତ୍ର ୧୫ ଜଣଙ୍କୁ ନାଗରିକତା ମିଳିଛି। ସେହିପରି ୨୦୧୬ରେ ୬୯, ଆଉ ଚଳିତ ବର୍ଷ ୧୪ ଏପ୍ରିଲ ମଧ୍ୟରେ ୧୫ ପ୍ରବାସୀ ଭାରତୀୟଙ୍କୁ ପାକିସ୍ତାନ ନାଗରିକ ଭାବେ ସ୍ୱିକୃତି  ଦେଇଛି।

ପାକିସ୍ତାନ ଗୃହମନ୍ତ୍ରଣାଳୟ ପକ୍ଷରୁ କହିବା ଅନୁଯାୟୀ ପାକିସ୍ତାନ ହେଉଛି ଏମିତି ଦେଶ ଯେଉଁ ନାଗରିକିତ୍ୱ ମିଳିବା କାଠିକର ପାଠ। ତଥାପି ଦୀର୍ଘ  ବର୍ଷ ହେବ ପାକିସ୍ତାନରେ ଅନ୍ୟଦେଶର ଲୋକେ ରହିଆସୁଛନ୍ତି। ମୁଖ୍ୟତ‍ ଭାରତ, ବାଂଲାଦେଶ, ଆଫଗାନିସ୍ଥାନ ଏବଂ ବର୍ମା ଆଦି ଦେଶର ଲୋକେ ରହି ଆସୁଛନ୍ତି।