୧୫ରେ ହେବ ଭାରତ-ପାକ୍ ବୈଦେଶିକ ସଚିବ ସ୍ତରୀୟ ବୈଠକ: ସରତାଜ୍ ଅଜିଜ୍

ଇସଲାମାବାଦ: ଆସନ୍ତା ୧୫ରେ ଭାରତ-ପାକ ମଧ୍ୟରେ ବୈଦେଶିକ ସଚିବ ସ୍ତରୀୟ ବୈଠକ ହେବ। ପଞ୍ଜାବର ପଠାନକୋଟ ଆକ୍ରମଣ ସତ୍ତ୍ୱେ ଏହି ବୈଠକ ଅନୁଷ୍ଠିତ ହେବ। ପାକିସ୍ତାନ ସଂସଦରେ ଏକ ପ୍ରଶ୍ନର ଉତ୍ତର ଦେଇ ଏହା କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ବୈଦେଶିକ ବ୍ୟାପାର ଉପଦେଷ୍ଠା ସରତାଜ୍ ଅଜିଜ୍। ସେ କହିଛନ୍ତି ଯେ ଦୁଇଦେଶର ବୈଦେଶିକ ସଚିବ ଏନେଇ ସମୟ ନିର୍ଦ୍ଧାରଣ କରିବେ। ଏଥିରେ ଦୁଇ ଦେଶର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହେବ। କାଶ୍ମୀର ଓ ଆତଙ୍କବାଦ ପରି ବହୁ ପ୍ରସଙ୍ଗ ସ୍ଥାନ ପାଇବ।