ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନ; ବିଏସ୍‌ଏଫ୍‌ର ପାଲଟା ଆକ୍ରମଣରେ ତିନି ପାକ୍‌ ଯବାନ ମୃତ

ଜମ୍ମୁ: ଜମ୍ମୁ-କାଶ୍ମୀରରେ ପୁଣି ଥରେ ଯୁଦ୍ଧବିରତି ଉଲ୍ଲଙ୍ଘନ କରିଛି ପାକିସ୍ତାନ। ମଙ୍ଗଳବାର ରାତିରେ ଆରଏସ୍‌ ପୁରା ସେକ୍ଟର ଏବଂ ଅରନିଆରେ ପାକ୍ ସେନା ପକ୍ଷରୁ ଗୁଳିବର୍ଷଣ କରାଯାଇଥିଲା। ବିଏସ୍‌ଏଫ୍ ପକ୍ଷରୁ ଏହାର କଡ଼ା ଜବାବ ଦିଆଯାଇଥିଲା। ଏଥିରେ ପାକିସ୍ତାନ ସେନାର ପ୍ରାୟ ୬ଟି ଛାଉଣୀ ଧ୍ୱସ୍ତ ହୋଇଯାଇଥିବା ବେଳେ ୩ ଜଣ ଯବାନ ନିହତ ହୋଇଛନ୍ତି। ଗୁଳିବିନିମୟରେ ଜଣେ ବିଏସ୍‌ଏଫ୍ ଯବାନ ଆହତ ହୋଇଛନ୍ତି।

ପାକ୍‌ ସେନାର ଗୁଳି ମାଡ଼ରେ ଭାରତର ୧୧ ଜଣ ସାଧାରଣ ଲୋକ ଆହତ ହୋଇଛନ୍ତି। ସେହିଭଳି ଗୁଳିବିନିମୟରେ ପାକିସ୍ତାନର କିଛି ଜନବସତି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।