ପାକିସ୍ତାନରେ ବୋମା ବିସ୍ଫୋରଣ, ୧୧ ମୃତ, ୨୦ ଆହତ

ପେଶାୱାର: ପାକିସ୍ତାନର ଉତ୍ତର-ପଶ୍ଚିମାଞ୍ଚଳରେ ଆଜି ଜଣେ ଆତ୍ମଘାତୀ ବୋମା ବିସ୍ଫୋରଣ ଘଟାଇବାରୁ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି। ବିସ୍ଫୋରଣ ଆଫଗାନିସ୍ତାନ ସୀମାନ୍ତ ପାକିସ୍ତାନର ଆଦିବାସୀ ଅଞ୍ଚଳ ହୋଇଛି। ଏହି ଅଞ୍ଚଳରେ ସୁରକ୍ଷା କର୍ମୀ ପାକିସ୍ତାନୀ ତାଲିବାନ ଓ ଅନ୍ୟ ଆତଙ୍କବାଦୀଙ୍କ ସହ ଲଢେଇ ଜାରି ରଖିଛି। ସହାୟତା ଦଳ ଘଟଣା ସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ  ଭର୍ତ୍ତି କରିଛନ୍ତି।