ପାକିସ୍ତାନ : ଯାତ୍ରୀବାହୀ ବସରେ ବିସ୍ଫୋରଣ,୧୧ ମୃତ,୨୨ ଆହତ

ଲାହୋର: ପାକିସ୍ତାନର ବେଲୁଚିସ୍ତାନରେ ଏକ ଯାତ୍ରୀବାହୀ ବସରେ ବିସ୍ପୋରଣ ଘଟି ୧୧ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ବିସ୍ଫୋରଣରେ ୨୨ ଜଣ ଲୋକ ଆହତ ହୋଇଛନ୍ତି। ସ୍ଥାନୀୟ ଅଧିକାରୀଙ୍କ ସୂତ୍ରରୁ ଜଣାପଡିଛି ଯେ କେନ୍ଦ୍ରୀୟ ୱେଟାରେ କାମ କରୁଥିବା ଶ୍ରମିକ ମାନେ ସହର ବାହାରେ ଥିବା ନିଜ ଘରକୁ ଫେରିବା ବେଳେ ଏହି ବିସ୍ଫୋରଣ ଘଟିଥିଲା। ଏହି ଅଞ୍ଚଳ ସବୁବେଳେ ଇସଲାମବାଦୀ ଓ ବିଚ୍ଛିନ୍ନତାବାଦୀଙ୍କ ଟାର୍ଗେଟରେ ରହିଛି ।

ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ  ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  ଏହି ବସ ପଛରେ କେହି ବୋମା ରଖିଥିବା ସନ୍ଦେହ କରାଯାଉଛି ବୋଲି ଜଣେ ସୁରକ୍ଷା ଅଧିକାରୀ କହିଛନ୍ତି ।