ପାର୍ଟିରେ ନାଚିଲେନି ବୋଲି ଅଭିନେତ୍ରୀଙ୍କ ଛାତିରେ ଗୁଳି ଚଢାଇ ଦେଲେ

ନୂଆଦିଲ୍ଲୀ: ନାଚିବା ପାଇଁ ମନା କରିବାରୁ ଗୁଳି । ଏମିତି ଏକ ଅଭାବନୀୟ ଘଟଣା ପାକିସ୍ତାନର ଜଣେ ଜଣାଶୁଣା ଅଭିନେତ୍ରୀଙ୍କ ସହ ଘଟିଛି।  ପାକିସ୍ତାନର ଲୋକପ୍ରିୟ ଗାୟିକା ତଥା ଅଭିନେତ୍ରୀ ସୁମ୍ବୁଲ ଖାନ୍‌ ଏକ ହାଇ ପ୍ରୋଫାଇଲ୍ ପାର୍ଟିରେ ନାଚିବାକୁ  ରାଜି ନ ହେବାରୁ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ପାକିସ୍ତାନସ୍ଥିତ ସେକ୍ ମାଲଟୁନ୍ ଟାଉନରେ ଥିବା ତାଙ୍କ ବାଷଭବନରେ ପଶି ତିନି ଜଣ ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି।

ସୂଚନା ଅନୁଯାୟୀ, ଦୁର୍ବୃତ୍ତମାନେ ଜୋର ଜବରଦସ୍ତ ସୁମ୍ବୁଲଙ୍କ ଘରେ ପଶି ତାଙ୍କୁ ଏକ ପ୍ରାଇଭେଟ୍ ପାର୍ଟିରେ ନାଚିବା ପାଇଁ ସେମାନଙ୍କ ସହ ଯିବାକୁ ବାଧ୍ୟ କରିଥିଲେ। ସୁମ୍ବୁଲ କିନ୍ତୁ ରୋକଠୋକ୍‌ ଭାବେ ମନା କରିଦେଇଥିଲେ।  ଏଥିରେ ଉତ୍ତ୍ୟକ୍ତ ହୋଇ ଦୃର୍ବୃତ୍ତମାନେ ସୁମ୍ବୁଲଙ୍କକୁ ଗୁଳି କରି ହତ୍ୟା କରିଥିଲେ। ମାରିବା ପରେ ତାଙ୍କ ମୃତ ଦେହକୁ ଫିଙ୍ଗି  ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ। ତେବେ ପୋଲିସ ଘଟଣାର ତଦନ୍ତ କରି ନୈମ୍ ଖାନ୍ ନାମକ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ଜଣେ  ପୂର୍ବତନ ପୋଲିସ ଅଫିସର। ବର୍ତ୍ତମାନ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।  ପାକିସ୍ତାନରେ ଏହି ଘଟଣା ନୂଆ ନୁହଁ, ବର୍ଷେ ପୂର୍ବରୁ ‘କିସ୍‌ମତ ବେଗ୍‌’ ନାମକ ଆଉଜଣେ ଲୋକପ୍ରିୟ ଅଭିନେତ୍ରୀଙ୍କୁ ମଧ୍ୟ ଲାହୋରଠାରେ ଗୁଳି କରି ହତ୍ୟା କରାଯାଇଥିଲା।

ତାଙ୍କ ଶରୀରର ବିଭିନ୍ନ ଅଙ୍ଗରେ ପ୍ରାୟ ୧୧ଥର ଗୁଳି ବଜିଥିଲା। ଏକ କାର୍ଯ୍ୟକ୍ରମରୁ ଫେରୁଥିବାବେଳେ ଦୁବୃର୍ତ୍ତମାନେ ବାଇକରେ ଆସି ତାଙ୍କୁ ଗୁଳି କରିଦେଇଥିଲେ। ସୁମ୍ବୁଲ ଖାନ୍ ୧୯୯୨ ମସିହା ଅଗଷ୍ଟ ୩୦ ତାରିଖରେ କରାଚିଠାରେ ଜନ୍ମ ଗ୍ରହଣ କରିଥିଲେ । ସେ ଅନେକ ଗୁଡ଼ିଏ ପକିସ୍ତାନୀ ସିରିଏଲରେ ଅଭିନୟ କରିଛନ୍ତି। ସେଗୁଡ଼ିକ ହେଲା,  ‘ସେରେ ଖ୍ୱାବ୍ ରୈଜା ରୈଜା’, ‘ବୁରି ଔରତ୍’,  ‘ଦିଲ୍‌-ଏ-ଆବାଦ୍’ ଓ ‘ରାଜୁ ରକେଟ୍’ ଭଳି କେତେକ ଫିଲ୍ମରେ ଅଭିନୟ କରିଛନ୍ତି।