ପାକିସ୍ତାନ: ସେନା ଆକ୍ରମଣରେ ୧୩ ଆତଙ୍କବାଦୀ ମୃତ

କରାଚୀ: ବେଲୁଚିସ୍ତାନ ପ୍ରଦେଶର ଦକ୍ଷିଣପଶ୍ଚିମ ଅଞ୍ଚଳରେ ପାକିସ୍ତାନ ସେନା ପକ୍ଷରୁ ଅତର୍କିତ ଆକ୍ରମଣ କରାଯାଇଛି। ଏଥିରେ ୧୩ ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି।

ରବିବାର ସେନା ପକ୍ଷରୁ ପ୍ରଦେଶର ଆୱାରନ ଜିଲ୍ଲାରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ମଙ୍ଗଳବାର ସେନା ପକ୍ଷରୁ ଯାଞ୍ଚ ବେଳେ ଏକ ଆତଙ୍କବାଦୀ ଆଡ୍ଡା ଥିବା ଜଣାପଡିଥିଲା। ଏହା ଜଣାପଡିବା ପରେ ସେନା ପକ୍ଷରୁ ଉକ୍ତ ଆଡ୍ଡା ଉପରେ ଅତର୍କିତ ଆକ୍ରମଣ କରାଯାଇଥିଲା। ଫଳରେ ଦୀର୍ଘ ସମୟ ଧରି ସେନା-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଆଡ୍ଡାରୁ ସେନା ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ କରିଛି।