ଭାରତୀୟ ବିଜ୍ଞାପନକୁ ବନ୍ଦ କଲା ପାକିସ୍ତାନ

ଇସ୍‌ଲାମାବାଦ: ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ଆରମ୍ଭ କରିଥିବା ତା’ର ଭାରତ ବିରୋଧୀ ଅଭିଯାନ ଜାରି ରଖିଛି। ଏହିକ୍ରମରେ ଆଜି ପାକିସ୍ତାନ ସରକାର ଭାରତରେ ପ୍ରଡ୍ୟୁସ ହୋଇଥିବା ସମସ୍ତ ପ୍ରକାରର ବିଜ୍ଞାନ ଓ ଯେଉଁ ବିଜ୍ଞାପନରେ ଭାରତୀୟ କାଳକାର ଅଭିନୟ କରିଛନ୍ତି, ତା’ ଉପରେ ବ୍ୟାନ୍‌ ଲଗାଇଛି।

ଏ ସମ୍ପର୍କରେ ପାକିସ୍ତାନ ଇଲେକଟ୍ରୋନିକ ମିଡିଆ ରେଗୁଲେଟୋରୀ ଅଥରିଟି (ପିଇଏମଆରଏ) ପକ୍ଷରୁ ଘୋଷଣା କରାଯାଇଛି। ପିଇଏମଆରଏ ପକ୍ଷରୁ କୁହାଯାଇଛି ଯେ, “ପିଇଏମଆରଏ ସଂଶୋଧନ ଆଇନ୍‌ ୨୦୦୨ର ସେକସନ୍‌ ୨୭ (ଏ) ଅନୁଯାୟୀ ଟିଭରେ ପ୍ରସାରଣ ହେଉଥିବା ଡେଟଲ, ସନସ୍ଲିକ, ସର୍ଫ ଏକ୍ସଲେ, କୋନର, ପ୍ୟାଟିନ୍‌, ସୁଫି, ହେଡ୍‌ ଆଣ୍ଡ ସୋଲଡର, ଫେୟାର ଆଣ୍ଡ ଲଭଲୀ, ଲାଇଫବୟ, ସେଫଗାର୍ଡ ଓ ଫଗର ବିଜ୍ଞାପନ ଉପରେ ବ୍ୟାନ୍‌ ଲଗା ଯାଇଛି।

ଏହାପୂର୍ବରୁ ଭାରତୀୟ କଣ୍ଟେଣ୍ଟ ଓ ଚ୍ୟାନେଲକୁ ମଧ୍ୟ ପାକିସ୍ତାନରେ ବ୍ୟାନ୍‌ କରାଯାଇଥିଲା। ପାକିସ୍ତାନ ସରକାର ଦେଶର ସ୍ୱାଧୀନତା ଦିବସ (ଅଗଷ୍ଟ ୧୪)କୁ କଶ୍ମୀର ଏକତା ଦିବସ ଭାବେ ପାଳନ କରିବା ସମୟରେ ଏଭଳି ଘୋଷଣା ମଧ୍ୟ କରିଥିଲେ। ତେଣୁ ଏବେ ବିଜ୍ଞପ୍ତି ଜରିଆରେ ସମସ୍ତଙ୍କୁ ଏ ସମ୍ପର୍କରେ ଅବଗତ କରାଯାଉଛି।”

ଭାରତ ସରକାର ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ କରିଥିବାରୁ ପାକିସ୍ତାନ ଏଭଳି ପଦକ୍ଷେପ ଗ୍ରହଣ କରିଛି।