ପାକିସ୍ତାନ: ବୋମା ବିସ୍ଫୋରଣରେ ୧୫ ମୃତ, ୫୦ ଆହତ

ଇସଲାମାବାଦ୍: ପାକିସ୍ତାନର ପରାଚିନ୍ନାର ଜିଲ୍ଲାର ଏକ ଜନଗହଳୀପୂର୍ଣ୍ଣ ମାର୍କେଟରେ ଶକ୍ତିଶାଳୀ ବୋମା ବିସ୍ଫୋରଣ ଘଟି ୧୫ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ୫୦ଜଣରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୧୫ଜଣ ଅବସ୍ଥା ଗୁରୁତର ରହିଛି। ବିସ୍ଫୋରଣର ତୀବ୍ରତା ଏତେ ଥିଲା ୨୦ରୁ ଅଧିକ ଦୋକାନ ସମ୍ପୂର୍ଣ୍ଣ ଜଳି ପୋଡି ନଷ୍ଟ ହୋଇଯାଇଛି। ଉଦ୍ଧାରକାରୀ ଦଳ ଆହତମାନଙ୍କୁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଉଛି।

ଏଥିରେ ଆତଙ୍କବାଦୀ ସଂଗଠନର ହାତ ଅଛଇ ନା ଅନ୍ୟ କିଛି କାରଣ ତାହା ଜଣାପଡିନାହିଁ। ସେନା ଘଟଣାର ତଦନ୍ତ କରୁଛି।