୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍ ଗୃହବନ୍ଦୀ

ନୂଆଦିଲ୍ଲୀ: ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ଆତଙ୍କବାଦୀ ହାଫିଜ୍ ସୟିଦକୁ ପାକିସ୍ତାନରେ ଗୃହବନ୍ଦୀ କରାଯାଇଥିବା ନେଇ ସୂଚନା ମିଳିଛି। ପାକିସ୍ତାନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟରୁ ଏହା ଜଣାପଡ଼ିଛି। ହାଫିଜକୁ ଲାହୋର ସ୍ଥିତ ତା’ର ବାସଭବନରେ ପୋଲିସ୍ ଗୃହବନ୍ଦୀ କରିଛି। ଆମେରିକା ଚାପରେ ପାକିସ୍ତାନ ଏହି ପଦକ୍ଷେପ ନେଇଥିବା କୁହାଯାଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କଡ଼ା ଆତଙ୍କବାଦୀ ନିରୋଧୀ ଆଭିମୁଖ୍ୟ ଦେଖି ପାକିସ୍ତାନ ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି।

୨୦୧୪ରୁ ହାଫିଜ୍‌ ସୟିଦର ସଂଗଠନ ଜମାତ ଉଲ୍ ଦାୱାକୁ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରିସାରିଛି ଜାତିସଂଘ। ହାଫିଜ ଆତଙ୍କବାଦୀ ସଂଗଠନ ଲସ୍କର ଏ ତୋଇବାର ଯୁଗ୍ମ ପ୍ରତିଷ୍ଠାତା ମଧ୍ୟ।