ଭାରତକୁ ଡରି ଗଲା ପାକିସ୍ତାନ; ବଢ଼ାଇଲା ପ୍ରତିରକ୍ଷା ବଜେଟ୍‌

ନୂଆଦିଲ୍ଲୀ: ସୀମାରେ ଲାଗାତାର ଯୁଦ୍ଧବିରତି ନିୟମ ଉଲ୍ଲଂଘନ କରୁଥିବା ପାକିସ୍ତାନ ଏବେ ଡରି ଯାଇଛି। ଭାରତକୁ କ୍ଷତି ପହଞ୍ଚାଇବାକୁ ସବୁ ପ୍ରକାର ଉଦ୍ୟମ କରୁଛି। ସେଥିପାଇଁ ପ୍ରତିରକ୍ଷା ବଜେଟ୍‌କୁ ବଢ଼ାଇ ଦେଇଛି। ପାକିସ୍ତାନ ଏହାର ପ୍ରତିରକ୍ଷା ବଜେଟ୍‌କୁ ୭ ପ୍ରତିଶତ ବଢ଼ାଇ ୯୨୦ ଆରବ ଟଙ୍କା କରିଛି। ଗତକାଲି ପାକିସ୍ତାନ ସଂସଦରେ ଏହି ପ୍ରସ୍ତାବ ପାରିତ ହୋଇଛି। ଏଥିରେ କୁହାଯାଇଥିଲା ୨୦୧୭-୧୮ ଆର୍ଥିକ ବର୍ଷରେ ପ୍ରତିରକ୍ଷା ବଜେଟ୍‌କୁ ୮୬୦ ଆରବ ଟଙ୍କାରୁ ବଢ଼ାଇ ୯୨୦ ଆରବ ଟଙ୍କା କରାଯାଇଛି।