ସାବାଡ଼ ହେବେ ଆତଙ୍କୀ ସଂଗଠନ

ଇସାଲାମାବାଦ: ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣାର ହେବ ଦୃଢ କାର୍ଯ୍ଯାନୁଷ୍ଠାନ। ଆତଙ୍କବାଦ ପ୍ରସଙ୍ଗରେ ଭାରତ ସମେତ ଅନ୍ଯାନ୍ଯ ଦେଶ ଅନ୍ତର୍ଜାତୀୟ ସ୍ତରରେ ଚାପ ପକାଇବା ପରେ ଏବେ କାର୍ଯାନୁଷ୍ଠାନ ଗ୍ରହଣ କରିବ ବୋଲି ସୂଚନା ଦେଇଛି ପାକିସ୍ତାନ।

ଭାରତ ସରକାର ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣାରେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବାକୁ ପାକିସ୍ତାନକୁ କହିଛନ୍ତି। ଏହାର ଜବାବରେ ପାକିସ୍ତାନ ପୁଲୱାମା ଘଟଣାରେ ସାମିଲ ଥିବା ଜୈଶ-ଏ-ମହମ୍ମଦ ବିରୋଧରେ କାର୍ଯ୍ଯାନୁଷ୍ଠାନ ହୋଇଛି। ଏବଂ ଆଗକୁ ଅନ୍ଯ ଆତଙ୍କୀ ସଙ୍ଗଠନ ବିରୋଧରେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଇସଲାମାବାଦ ପ୍ରତିଶୃତି ଦେଇଛି।