ପାକିସ୍ତାନ ଆତଙ୍କବାଦୀ ସଙ୍ଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଗୁରୁତ୍ୱ ଦେଉନି: ଆମେରିକା

ୱାଶିଂଟନ୍: ପାକିସ୍ତାନରେ ସକ୍ରିୟ ଥିବା ଆତଙ୍କବାଦୀ ସଙ୍ଗଠନ ଗୁଡ଼ିକ ବିରୋଧରେ ତାଙ୍କ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହିଁ। ଯାହା ଭାରତ ଓ ଆଫଗାନିସ୍ତାନ ପାଇଁ ବିପଦ ସୃଷ୍ଟି କରୁଛି ବୋଲି ଆମେରିକାର ଜଣେ ବରିଷ୍ଠ ଅଧିକାରୀ ଏହା କହିଛନ୍ତି।

 ଆଫଗାନିସ୍ତାନ ଓ ପାକିସ୍ତାନ ପାଇଁ ନିଯୁକ୍ତ ଆମେରିକାର ବିଶେଷ ପ୍ରତିନିଧ  ରିଚର୍ଡ ଜି. ଓଲସନ୍  ସିନେଟର ବିଦେଶ ସମ୍ପର୍କିତ ସମିତିର ସଦସ୍ୟଙ୍କୁ କହିଛନ୍ତି, ଆଫଗାନିସ୍ତାନ ଓ ଭାରତ ଲାଗି ବିପଦ ସୃଷ୍ଟିକାରୀ ତତ୍ତ୍ୱଙ୍କ ବଦଳରେ ତହରିକ୍-ଏ-ତାଲିବାନ୍ ଉପରେ ଅଧିକ ଧ୍ୟାନ ଦେଉଛି ପାକିସ୍ତାନ।

ଗତ ତିନିବର୍ଷ ହେବ ଓଲେସନ୍ ପାକିସ୍ତାନରେ ଆମେରିକାର ରାଜଦୂତ ଭାବେ କାର୍ଯ୍ୟ କରୁଛନ୍ତି। ପାକିସ୍ତାନ ଭିତରେ ଥିବା ଆତଙ୍କୀ ଆଡ୍ଡା ସମ୍ପର୍କରେ ସିନେଟରଙ୍କୁ ସେ ନିୟମିତ ସୂଚନା ଦେଇ ଆସୁଛନ୍ତି।