ପାକିସ୍ତାନୀ ପତାକା ଉଡାଇବା ଅଭିଯୋଗରେ ବିଛିନ୍ନତାବାଦୀ ନେତା ଆସିୟା ଗିରଫ

ଜମ୍ମୁ: ଜମ୍ମୁ-କାଶ୍ମୀର ପୋଲିସ ଶୁକ୍ରବାର ବିଚ୍ଛିନ୍ନତାବାଦୀ ନେତା ଆସିୟା ଅନ୍ଦ୍ରାବିଙ୍କୁ ଗିରଫ କରିଛି। ପାକିସ୍ତାନୀ ପତାକା ଉଡାଇବା ଓ ଫୋନ୍ ଦ୍ୱାରା ପାକିସ୍ତାନର ଏକ ଜନସଭାକୁ ସମ୍ବୋଧିତ କରିବା ଅଭିଯୋଗରେ ଆସିୟାଙ୍କୁ ଗିରଫ କରାଯାଇଛି।

ସୂଚନାଯୋଗ୍ୟ, ଅଗଷ୍ଟ ୧୪ରେ ଲାହୋରରେ ଆୟୋଜିତ ଏକ ଜନସଭାକୁ  ଆସିୟା ଫୋନ୍ ଯୋଗେ ସମ୍ବୋଧିତ କରିଥିଲେ। ଉକ୍ତ ରାଲିରେ ଆତଙ୍କବାଦୀ ହାଫିଜ୍ ସୟିଦ୍ ମଧ୍ୟ ଉପସ୍ଥିତ ଥିଲା।