ମହାକାଶରୁ ଭାରତ ଉପରେ ନଜର ରଖିବ ପାକିସ୍ତାନ

ନୂଆଦିଲ୍ଲୀ:  ଏବେ ମହାକାଶରୁ ଭାରତ ଉପରେ ନଜର ରଖିବାକୁ ପ୍ରସ୍ତୁତ ହେଉଛି ପାକିସ୍ତାନ। ତାହା ପୁଣି ନିଜ ସାମର୍ଥ୍ୟରେ। ଏଥିପାଇଁ ଆସନ୍ତା ବର୍ଷ ସ୍ପେସ୍ ପୋଗ୍ରାମ ତିଆରି କରିବା ପାଇଁ କାମ ଆରମ୍ଭ କରି ଦେଲାଣି ପାକିସ୍ତାନ।

ମୁଖ୍ୟତଃ ଦେଶରେ ଆତ୍ମନିର୍ଭରଶୀଳତା ବୃଦ୍ଧି କରିବା ଓ ବିଦେଶୀ ରାଷ୍ଟ୍ରଗୁଡ଼ିକ ଉପରେ ନିର୍ଭରଶୀଳ ନ ହେବାକୁ ପାକିସ୍ତାନ ଏଭଳି ପଦକ୍ଷେପ ଗ୍ରହଣ କରିଛି।  ପ୍ରତିରକ୍ଷା କ୍ଷେତ୍ରରେ ବଜେଟ୍‌ ପରିମାଣ ବଢ଼ାଇଥିବାରୁ ସ୍ପେସ୍ ପ୍ରୋଗ୍ରାମ ଆରମ୍ଭ କରିବାକୁ ଯୋଜନା କରୁଛି ପାକିସ୍ତାନ। ଗତବର୍ଷ ଦେଶର ରକ୍ଷା ବଜେଟ୍‌ ୯୯୯ ଆରବ ଡଲାର ଥିବା ବେଳେ ଚଳିତ ଆର୍ଥିକ ବର୍ଷରେ ଏହା ୧୧ ଶହ ଆରବ ଡଲାରରେ ପହଞ୍ଚିଛି।

ପ୍ରକାଶ ଥାଉକି ବର୍ତ୍ତମାନ ପାକିସ୍ତାନ ଉଭୟ ବେସାମରିକ ଓ ସାମରିକ କ୍ଷେତ୍ରରେ ଆମେରିକା ଓ ପ୍ରାନ୍ସର ସାଟେଲାଇଟ୍‌ ଉପରେ ନିର୍ଭର କରୁଛି।