ପାନାମା ପେପର୍ସ ଦୁର୍ନୀତି ମାମଲା: ନୱାବ ସରିଫଙ୍କ ରିଭ୍ୟୁ ପିଟିସନ ଖାରଜ

ଲାହୋର: ପାନାମା ପେପର୍ସ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ପାକିସ୍ତାନର ବିତାଡ଼ିତ ପ୍ରଧାନମନ୍ତ୍ରୀ ନଓ୍ୱାଜ ସରିଫଙ୍କ ଆବେଦନକୁ ଖାରଜ କରିଛନ୍ତି ପାକିସ୍ତାନ ସୁପ୍ରିମକୋର୍ଟ। ଗତ ଜୁଲାଇ ୨୮ରେ ପାନାମା ପେପର୍ସ ମାମଲାରେ ପାକିସ୍ତାନ ସୁପ୍ରିମକୋର୍ଟ ନଓ୍ୱାଜ ସରିଫଙ୍କ ସମେତ ତାଙ୍କ ସମ୍ପର୍କୀୟଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏଥିସହ ତାଙ୍କୁ ପ୍ରଧାନମନ୍ତ୍ରୀ ପଦକୁ ଅଯୋଗ୍ୟ ଘୋଷଣା କରିଥିଲେ।

ଏହି ରାୟକୁ ବିରୋଧ କରି ନଓ୍ୱାଜ ସରିଫ ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ଦାଏର କରିଥିଲେ। ପାକିସ୍ତାନ ସୁପ୍ରିମକୋର୍ଟ ଆଜି ଏହି ରିଭ୍ୟୁ ପିଟିସନକୁ ଖାରଜ କରି ଦେଇଛନ୍ତି।