ପାକିସ୍ତାନରେ ନୱାଜ ସରିଫ ଶାସନର ପରିସମାପ୍ତି: ପ୍ରଧାନମନ୍ତ୍ରୀଙ୍କୁ ଅଯୋଗ୍ୟ ଘୋଷଣା କଲେ ସୁପ୍ରିମକୋର୍ଟ

ଲାହୋର: ପାକିସ୍ତାନରେ ନୱାଜ ଶାସନର ଅନ୍ତ ଘଟିଲା। ପାନାମା ପେପର୍ସ ଲିକ୍ ମାମଲାରେ ନଓ୍ୱାଜଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ଅଯୋଗ୍ୟ ଘୋଷଣା କରିଛନ୍ତି ପାକିସ୍ତାନ ସୁପ୍ରିମକୋର୍ଟ । ଏହାସହ ତାଙ୍କୁ ତୁରନ୍ତ ପ୍ରଧାନମନ୍ତ୍ରୀ ପଦ ଛାଡ଼ିବାକୁ ମଧ୍ୟ ସର୍ବୋଚ୍ଚ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପାନାମା ପେପର୍ସ ଲିକ୍ ମାମଲାର ତଦନ୍ତ କରୁଥିବା ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଆଜି ଏହି ରାୟ ଦେଇଛନ୍ତି । ଏହାସହ ଦୁର୍ନୀତିରେ ସଂପୃକ୍ତ ଥିବା ନଓ୍ୱାଜ ସରିଫ ଓ ତାଙ୍କ  ପରିବାର ବିରୋଧରେ ୬ ସପ୍ତାହ ମଧ୍ୟରେ ମାମଲା ରୁଜୁ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।  ସରିଫଙ୍କ ସହ ପାକିସ୍ତାନ ଅର୍ଥମନ୍ତ୍ରୀ ଇସକ୍‌ ଦରଙ୍କୁ ମଧ୍ୟ ସୁପ୍ରିମକୋର୍ଟ ଅଯୋଗ୍ୟ ଘୋଷିତ କରିଛି।