ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ: ୨ ମୃତ, ୩ ଆହତ

ଜମ୍ମୁ: ଜମ୍ମୁର ଆରଏସ୍‌ପୁରା ସେକ୍ଟରରେ ପାକିସ୍ତାନ ପକ୍ଷରୁ ଆଜି ସକାଳେ ପୁଣି ଥରେ ଗୁଳିବିନିମୟ କରାଯାଇଛି। ଏଥିରେ  ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରୁ ଜଣେ ମହିଳା ଅଛନ୍ତି। ଏହି ଗୁଳିବିନିମୟରେ ୩ ଜଣ ସାଧାରଣ ନାଗରିକ ମଧ୍ୟ ଆହତ ହୋଇଛନ୍ତି। ପାକ୍‌ ରିଜର୍ସ ଭାରତର ପ୍ରାୟ ୩୦ରୁ ୪୦ ଚେକ୍‌ପଏଣ୍ଟକୁ ଟାର୍ଗେଟ୍‌ କରି ବାରମ୍ୱାର ଗୁଳିବିନିମୟ କରୁଛି। ଅନ୍ୟପକ୍ଷରେ ଭାରତୀୟ ସୁରକ୍ଷାକର୍ମୀ ମଧ୍ୟ ପାକିସ୍ତାନକୁ କଡ଼ା ଜବାବ ଦେଉଛନ୍ତି।

ସୂଚନାଯୋଗ୍ୟ ଦୁଇ ଦିନ ପୂର୍ବରୁ ଜମ୍ମୁ ଓ କାଶ୍ମୀର ଆରଏସ୍‌ପୁରା ସୀମାରେ ପାକ୍ ସେନା ଅନବରତ ଗୁଳି ମାଡ଼ କରିଥିଲା। ଫଳରେ ଜଣେ ଭାରତୀୟ ଯବାନ ବିଏସ୍ଏଫର ୭୮ ବାଟାଲିଅନ୍‌ର ହେଡ୍‌ କନଷ୍ଟେବଲ୍ ସୁରେଶ ସହିଦ ହୋଇଥିଲେ।