ମୋଦିଙ୍କୁ ହତ୍ୟା ପାଇଁ ପାକିସ୍ତାନ କରିଥିଲା ଚକ୍ରାନ୍ତ: ସୁପାରୀ କିଲର ମାଧ୍ୟମରେ ହୋଇଥିଲା ଯୋଜନା

ଭୋପାଳ: ସାରା ଦୁନିଆରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଯେଉଁଭଳି ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଏହାକୁ ନେଇ ପଡୋଶୀ ପାକିସ୍ତାନକୁ ଏବେ ଚିନ୍ତା ଘାରିଛି। ରାଜନୈତିକ କ୍ଷେତ୍ରରେ ହେଉ କିମ୍ବା ପ୍ରଶାସନିକ କ୍ଷେତ୍ରରେ, ମୋଦିଙ୍କ ଦୃଢ ନେତୃତ୍ୱ ପାଇଁ ସେ ସର୍ବଦା ଚର୍ଚ୍ଚିତ ରହିଥାଆନ୍ତି।

ମୋଦିଙ୍କ ଏହି ଲୋକପ୍ରିୟତା ପାଇଁ ପାକିସ୍ତାନ ଏବେ ଭୟଭୀତ । ସର୍ବଦା ବିଭିନ୍ନ ଉପାୟରେ ଆତଙ୍କବାଦୀଙ୍କ ସହାୟତାରେ ଭାରତକୁ କ୍ଷତି ପହଞ୍ଚେଇବାକୁ ଚେଷ୍ଟା କରୁଥିବା ପାକିସ୍ତାନର ଚକ୍ରାନ୍ତ ବିରୋଧରେ ମୋଦି ସରକାରଙ୍କ ଦ୍ୱାରା ଦୃଢ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯାଇ ପାକିସ୍ତାନର ସବୁ ଚାଲ୍‌କୁ ଧ୍ୱଂସ କରିଦିଆଯାଉଛି। ଆତଙ୍କବାଦୀଙ୍କ ବିରୋଧରେ ସର୍ଜିକାଲ ଷ୍ଟ୍ରାଇକ୍‌ ଭଳି ବିଭିନ୍ନ ଦୃଢ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରି ମୋଦି ଏକ ଶକ୍ତିଶାଳୀ ପ୍ରଧାନମନ୍ତ୍ରୀ ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଯାହାକୁ ପାକିସ୍ତାନ ସହଜରେ ହଜମ କରିପାରୁନି। ମୋଦିଙ୍କୁ ହତ୍ୟା କରିଦେବା ପାଇଁ ଯ଼ୋଜନା ତିଆରି କରିବାକୁ ବି ପଛାଉ ନାହିଁ ପାକିସ୍ତାନ। ସୁପାରୀ କିଲରଙ୍କ ମାଧ୍ୟମରେ ଭାରତର ପ୍ରଧାନମନ୍ତ୍ରୀଙ୍କୁ ମାରିବାକୁ ଭୟଙ୍କର ଯ଼ୋଜନା ତିଆରି କରିଥିବା ପାକିସ୍ତାନର ଚକ୍ରାନ୍ତ ଏବେ ଧରା ପଡିଯାଇଛି। ମୋଦିଙ୍କୁ ହତ୍ୟା କରିବା ପାଇଁ ଭାରତର ସୁପାରୀ କିଲରଙ୍କୁ ମୋଟା ଅଙ୍କର ଅର୍ଥ ଦେବାକୁ ପାକିସ୍ତାନରୁ ଆସିଥିବା ଫୋନ୍‌କଲରେ ଜଣାପଡିଛି।

ଶନିବାର ମଧ୍ୟପ୍ରଦେଶର କୁଶଲ ନାମକ ଏକ କଂମ୍ପ୍ୟୁଟର ଅପରେଟରଙ୍କ ନିକଟକୁ ଏହି ଫୋନ୍‌ କଲ ଆସିଥିଲା। କଲ ଟିକୁ ଉଠାଇବା କ୍ଷଣି ଫୋନରେ ଥିବା ବ୍ୟକ୍ତି ଜଣଙ୍କ କହିଥିଲା ଯେ ‘୨୫ତାରିଖରେ ମୋଦି ପ୍ରଚାର କରିବା ନିମନ୍ତେ ମୁମ୍ବାଇ ଆସୁଛନ୍ତି ଏବଂ ତାଙ୍କୁ ସେଠାରେ ହତ୍ୟା କରିବା ପାଇଁ , ଟଙ୍କା ପାଇଁ ଚିନ୍ତା କରନି ତମେ ଯେତେ ଟଙ୍କା କହିବ ଆମେ ଦବାକୁ ପ୍ରସ୍ତୁତ ଅଛୁ’। ଏହାପରେ କୁଶଲ ସିଧା ଥାନାରେ ଏନେଇ ଜଣାଇଥିଲା। ପରେ ପୋଲିସର ପ୍ରରମ୍ଭିକ ଯାଞ୍ଚରୁ ଏହି ନମ୍ବର ପାକିସ୍ତାନରୁ ଆସିଥିବା ଜଣାପଡିଛି। ପୋଲିସ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଛି।

News Picture Courtesy – jagran.com