ବେଲି ଡ୍ୟାନ୍ସ ଜରିଆରେ ନିବେଶକଙ୍କୁ ଆକୃଷ୍ଟ କରୁଛି ପାକିସ୍ତାନ, ଦେଖନ୍ତୁ ଭିଡିଓ

ଇସ୍‌ଲାମାବାଦ: ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିବା ପାକିସ୍ତାନ ଏଥିରୁ ମୁକୁଳିବା ପାଇଁ ନିବେଶକଙ୍କୁ ଆକୃଷ୍ଟ କରିବାକୁ ଚାହୁଁଛି। ନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ଅଧିକାଂଶ ଦେଶ ଉତ୍ତମ ଭିତ୍ତିଭୂମି କଥା କହିଥାଆନ୍ତି। ଏଥିସହ ନିବେଶକଙ୍କୁ ବ୍ୟବସାୟ ପାଇଁ ଉତ୍ତମ ପରିବେଶ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦିଅନ୍ତି।

ହେଲେ ପାକିସ୍ତାନର ଇମ୍ରାନ୍‌ ଖାନ୍‌ ସରକାର ନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ମହିଳାଙ୍କ ଦ୍ୱାରା ବେଲି ଡ୍ୟାନ୍ସ କରାଉଛନ୍ତି। ନିବେଶକଙ୍କୁ ମହିଳାଙ୍କ ବେଲି ଡ୍ୟାନ୍ସ ଦେଖାଇ ଇମ୍ରାନ୍‌ ଖାନ୍‌ ସରକାର ନିଜ ଦେଶର ଅର୍ଥନୀତିକୁ ବିକାଶ କରିବାକୁ ଲକ୍ଷ୍ୟ ରଖିଛନ୍ତି।

ପାକିସ୍ତାନ ଶରଦ ଚ୍ୟାମ୍ବର ଅଫ୍ କର୍ମସ ଆଣ୍ଡ ଇଣ୍ଡଷ୍ଟ୍ରୀ ପକ୍ଷରୁ ପେଶୱାରରେ ପୁଞ୍ଜିନିବେଶ ପାଇଁ ଏକ କନଫରେନ୍ସ ଆୟୋଜନ କରାଯାଇଥିଲା। ଏଥିରେ ବହୁ ଶିଳ୍ପପତି ଯୋଗଦେଇଥିଲେ। ପାକିସ୍ତାନ ପାଇଁ ପୁଞ୍ଜି ଯୋଗାଡ଼ କରିବା ଏହି କାର୍ଯ୍ୟକ୍ରମର ମୂଳଲକ୍ଷ୍ୟ ଥିଲା। ଏହି କାର୍ଯ୍ୟକ୍ରମରେ ଭିତ୍ତିଭୂମି ଓ ବ୍ୟସାୟିକ ସୁବିଧା ସୁଯୋଗ ବଦଳରେ ପାକିସ୍ତାନ ସରକାର ଏଥିରେ ଭାଗ ନେଇଥିବା ନିବେଶକମାନଙ୍କୁ ଆକୃଷ୍ଟ କରିବା ପାଇଁ ମହିଳାଙ୍କ ନାଚ ଦେଖାଇଥିଲେ। ଜଣଙ୍କ ପରେ ଜଣେ ମହିଳା ଅଶ୍ଲୀଳ ଢଙ୍ଗରେ ନୃତ୍ୟ ପ୍ରଦର୍ଶନ କରିଥିଲେ। ଏପରି କି ସେମାନେ ବେଲି ଡ୍ୟାନ୍ସ କରି ନିବେଶକଙ୍କ ମନୋରଞ୍ଜନ କରିଥିଲେ।

ଏହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ପାକିସ୍ତାନର ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ଟ୍ରୋଲ କରାଯାଇଛି।

ଦେଖନ୍ତୁ ଭିଡିଓ