ପାକିସ୍ତାନକୁ ୧୦୦ମିଲିୟନ ଡଲାର ଋଣ ଖାରଜ କଲା ବିଶ୍ୱ ବ୍ୟାଙ୍କ

ଇସଲାମାବାଦ୍‌: ପାକିସ୍ତାନକୁ ବିଶ୍ୱ ବ୍ୟାଙ୍କ ଏକ ବଡ଼ ଝଟକା ଦେଇଛି। ୧୦୦ ମିଲିୟନ ଡଲାରର ‘ନାଚୁରାଲ ଗ୍ୟାସ୍‌ ଏଫିସିଏନ୍ସି ପ୍ରୋଜେକ୍ଟ’ ପାଇଁ ଦିଆଯିବାକୁ ଥିବା ଋଣକୁ ଖାରଜ କରିଛି ବିଶ୍ୱ ବ୍ୟାଙ୍କ।

କରାଚୀରେ ସଦର୍ଣ୍ଣ ଗ୍ୟାସ୍‌ ନାମକ କମ୍ପାନୀ ଆରମ୍ଭର ଯୋଜନା କରିଥିଲା ପାକିସ୍ତାନ। ପାଇପଲାଇନ୍‌ ଜରିଆରେ ନଷ୍ଟ ହୋଇଯାଉଥିବା ଗ୍ୟାସକୁ କମ୍‌ କରିବା ସହ ପ୍ରାକୃତିକ ଗ୍ୟାସ ସପ୍ଲାଏକୁ ବଢ଼ାଇବାର ଥିଲା ଏହାର ଉଦ୍ଦେଶ୍ୟ।