ପାକିସ୍ତାନରେ ପ୍ରବଳ ଗ୍ରୀଷ୍ମ ଜାରି, ମୃତ୍ୟୁ ସଂଖ୍ୟା ୧୦୦୦ ଟପିଲା

କରାଚୀ: ପାକିସ୍ତାନରେ ପ୍ରବଳ ଗ୍ରୀଷ୍ମ  ଲହରୀ  ଜନଜୀବନକୁ ବିପର୍ଯ୍ୟସ୍ତ କରିଦେଇଛି।   କରାଚୀରେ ତାପମାତ୍ରା  ୪୪ଡିଗ୍ରୀ ରୁ ୩୮ ଡିଗ୍ରୀ ହ୍ରାସ ପାଇଥିଲେ ମଧ୍ୟ ପରିସ୍ଥିତିରେ କୌଣସି  ସେଭଳି ପରିବର୍ତ୍ତନ ଆସିନାହିଁ। ଅଂଶୁଘାତରେ ମୃତ୍ୟୁ ସଂଖ୍ୟା ୧୦୦୦ରେ ଟପିଛି।   ମୃତକଙ୍କ  ମଧ୍ୟରେ  ଅଧିକ ଛୋଟପିଲା ମହିଳା ଅଛନ୍ତି।  ପ୍ରବଳ ଗରମରେ ଯୋଗୁ ଅଧିକାଂଶ ଲୋକଙ୍କ ମୃତ୍ୟୁ ହୃଦଘାତ ଯୋଗୁଁ ହୋଇଥିବା ଜଣାପଡିଛି । ଅଂଶୁଘାତରେ ଆକ୍ରାନ୍ତ ହୋଇ ୧୪ ହଜାର ରୁ ଅଧିକ ଲୋକ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

ସୂଚନାଯୋଗ୍ୟ: ପ୍ରବଳ ଗ୍ରୀଷ୍ମ ପ୍ରବାହ ସହ ରାମଜାନ ଉପବାସ ଯୋଗୁଁ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହୋଇପଡୁଥିବା ଜଣାପଡିଛି ।