ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ଜଣେ ସାଧାରଣ ଲୋକ ମୃତ, ୨ ଆହତ

ଜମ୍ମୁ: ପୁଣି ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଜାମ୍ମୁ ଓ କାଶ୍ମୀରର ସାମ୍ୱା ସେକ୍ଟରରେ ୯ଟି ଭାରତୀୟ ପୋଷ୍ଟ ଉପରେ ପାକିସ୍ତାନ ଆକ୍ରମଣ କରିଛି । ଗତକାଲି ରାତିରେ ପାକିସ୍ତାନ ପକ୍ଷରୁ ଏହି ଗୁଳିଗୋଳା ବର୍ଷଣ ହୋଇଥିଲା । ବିଏସ୍ଏଫ୍ ଯବାନ ଏହାର ପଲଟା ଆକ୍ରମଣ କରିଥିଲେ। ପାକିସ୍ତାନର ମୋର୍ଟାର ମାଡ଼ରେ ଜଣେ ସାଧାରଣ ନାଗରିକ ପ୍ରାଣ ହରାଇଥିବା ବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି। ସାମ୍ୱା ଜିଲ୍ଲା ହସ୍ପିଟାଲରେ ଆହତଙ୍କୁ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି। ସେପ୍ଟେମ୍ୱର ୧୨ରେ ବିଏସ୍ଏଫ୍ ଓ ପାକିସ୍ତାନ ରେଞ୍ଜର୍ସ ମଧ୍ୟରେ ଅନ୍ତର୍ଜାତୀୟ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନକୁ ନେଇ ଡିଜି ସ୍ତରୀୟ ଆଲୋଚନା ହୋଇଥିଲା। ଏହାପରଠାରୁ ପାକିସ୍ତାନର ଅସ୍ତ୍ର ବିରତି ଉଲ୍ଲଂଘନ ବନ୍ଦ ରହିଥିଲା। ତେବେ ଗତକାଲି ରାତିରେ ପାକିସ୍ତାନ ରେଞ୍ଜର୍ସ ସାମ୍ୱା ସେକ୍ଟରେ ମୋର୍ଟାର ମାଡ଼ କରିଥିଲେ ।