ପୁଣି ଧରାପଡ଼ିଲା ପାକିସ୍ତାନର ମିଛ, କୁଳଭୂଷଣଙ୍କୁ ଇରାନରୁ ଗିରଫ କରି ଆଣିଥିଲା

ନୂଆଦିଲ୍ଲୀ: କୁଳଭୂଷଣ ଯାଦବଙ୍କୁ ନେଇ ପାକିସ୍ତାନ ଯେଉଁ ଦାବି କରୁଛି ତାହା ମିଛ ବୋଲି ପୁଣି ଥରେ ଧରା ପଡ଼ିଯାଇଛି। ଏଥର ପାକିସ୍ତାନର ଏହି ମିଛକୁ ଧରା ପକାଇ ଦେଇଛନ୍ତି ଖୋଦ୍ ଜଣେ ପାକିସ୍ତାନୀ ଅଧିକାରୀ। ସେ ପୁଣି ଏମିତି ସେମିତି ଅଧିକାରୀ ନୁହଁନ୍ତି। ସେ ହେଉଛନ୍ତି ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇର ଜଣେ ପୂର୍ବତନ ଅଧିକାରୀ। ତାଙ୍କ ନାଁ ଅମଜଦ ସୋଏବ। ସେ ଲେଫ୍‌ଟନାଣ୍ଟ୍ ଜେନେରାଲ୍‌ ଥିଲେ।

ସେ କହିଛନ୍ତି, କୁଳଭୂଷଣ ଯାଦବଙ୍କୁ ପାକିସ୍ତାନରୁ ଗିରଫ କରାଯାଇ ନ ଥିଲା। ତାଙ୍କୁ ଇରାନରୁ ଗିରଫ କରି ଅଣାଯାଇଥିଲା। ପରେ ତାଙ୍କୁ ପାକିସ୍ତାନର ବେଲୁଚିସ୍ତାନରୁ ଗିରଫ କରାଯାଇଛି ବୋଲି ମିଛ ଦସ୍ତାବିଜ ପ୍ରସ୍ତୁତ କରାଯାଇଥିଲା।

ଏହି ମାମଲାର ପରବର୍ତ୍ତୀ ଶୁଣାଣିରେ ଅନ୍ତର୍ଜାତୀୟ କୋର୍ଟରେ ଭାରତ ଏହି ବୟାନକୁ ବ୍ୟବହାର କରିପାରେ ବୋଲି ଜଣାପଡ଼ିଛି।