ପାନ୍‌-ଆଧାର ସଂଯୋଗର ଆଜି ଶେଷ ତାରିଖ; ନ କରିଥିଲେ ତୁରନ୍ତ କରନ୍ତୁ

ନୂଆଦିଲ୍ଲୀ: ବ୍ୟାଙ୍କ୍‌ ଆକାଉଣ୍ଟ ଏବଂ ମୋବାଇଲ୍‌ ନମ୍ବର ଭଳି ପାନ୍‌ ସହିତ ମଧ୍ୟ ଆଧାର ନମ୍ବର ସଂଯୋଗ କରିବା ବାଧ୍ୟତାମୂଳକ। ଯଦି ଆପଣ  ଆଧାର ନମ୍ବରକୁ ପାନ୍‌ ସହିତ ସଂଯୋଗ କରିନାହାନ୍ତି, ତେବେ ଆଜି ହିଁ କରନ୍ତୁ। କାହିଁକିନା ୩୦ଜୁନ୍‌ ହେଉଛି ପାନ୍‌-ଆଧାର ସଂଯୋଗର ଶେଷ ତାରିଖ।
ଆଧାର ସଂଯୋଗର ଅନିବାର୍ଯ୍ୟତାକୁ ନେଇ ସୁପ୍ରିମ୍‌କୋର୍ଟରେ ଚାଲିଥିବା ଏକ ମାମଲାର ଶୁଶାଣି କରି କୋର୍ଟ ଏହାର ସଂଯୋଗ ତାରିଖକୁ ୩୦ ଜୁନ୍‌ ପର୍ଯ୍ୟନ୍ତ ବଢ଼ାଇ ଦେଇଥିଲେ। ଆଜି ଏହାର ଶେଷ ତାରିଖ ହୋଇଥିଲେ ମଧ୍ୟ ଏହାକୁ ବଢ଼ାଇବା ପାଇଁ ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ନିର୍ଦ୍ଦେଶ ଆସିନାହିଁ। ଏମିତିରେ ଯଦି ଆପଣ ଆଧାରକୁ ପାନ୍‌ ସହିତ ସଂଯୋଗ ନ କରିବେ ତେବେ ସମସ୍ୟାରେ ପଡ଼ିପାରନ୍ତି। ଆପଣ ଯଦି ଆଜି ପାନ୍-ଆଧାର ସଂଯୋଗ କରିବାକୁ ଚାହୁଁଛନ୍ତି, ତେବେ ଜାଣନ୍ତୁ ଏହାର ୫ଟି ଷ୍ଟେପ୍‌ ଯାହା ଦ୍ୱାରା ସଙ୍ଗେ ସଙ୍ଗେ ଆପଣଙ୍କ ପାନ୍‌ ସହିତ ଆଧାର ସଂଯୋଗ ହୋଇଯିବ।
ଷ୍ଟେପ୍‌ ୧: https://incometaxindiaefiling.gov.in/e-Filing/Services/LinkAadhaarPrelogin.html  – ଏହି ଲିଙ୍କ୍‌କୁ ନିଜ ମୋବାଇଲ୍‌ କିମ୍ବା କମ୍ପ୍ୟୁଟର୍‌ରେ ଖୋଲନ୍ତୁ।
ଷ୍ଟେପ୍‌ ୨: ଏହି ଲିଙ୍କ୍‌ ଉପରେ କ୍ଲିକ୍‌ କରିବା ପରେ ସଙ୍ଗେ ସଙ୍ଗେ ଆପଣ ପାନ୍‌-ଆଧାର ଲିଙ୍କ୍‌ ପେଜ୍‌ରେ ପହଞ୍ଚିଯିବେ। ଏହି ପେଜ୍‌ରେ ଆପଣଙ୍କୁ ଆଧାର ଏବଂ ପାନ୍‌ର ସମସ୍ତ ସୂଚନା ଏଣ୍ଟର କରିବାକୁ ପଡ଼ିଥାଏ।
ଷ୍ଟେପ୍‌ ୩: ନିଜର ସମସ୍ତ ସୂଚନା ଏଣ୍ଟର କରିବା ପରେ ଏକ ଜିନିଷ ପ୍ରତି ଧ୍ୟାନ ଦେବେ। ଯଦି ଆଧାର କାର୍ଡରେ ଆପଣଙ୍କ ଜନ୍ମ ତାରିଖ ସ୍ଥାନରେ ତାରିଖ କେବଳ ମସିହା ଅଛି, ତେବେ ‘i have only year of birth in aadhar card’ ଅପ୍‌ସନ୍‌କୁ ଚୟନ କରନ୍ତୁ।
ଷ୍ଟେପ୍‌ ୪: ଏହା ପରେ captcha ଏଣ୍ଟର କରନ୍ତୁ। ଯଦି ଆପଣଙ୍କୁ captcha ପଢ଼ିବାରେ ସମସ୍ୟା ହେଉଛି ତେବେ ବିକଳ୍ପ ଭାବରେ ‘Request OTP’ ଅପ୍‌ସନ୍‌କୁ ଚୟନ କରନ୍ତୁ। ଏହାକୁ ବିକଳ୍ପ ରୂପେ ଚୟନ କରିବା ପରେ ଆପଣଙ୍କୁ ମୋବାଇଲ୍‌ ନମ୍ବର ଏଣ୍ଟର କରିବାକୁ ପଡ଼ିବ। ମୋବାଇଲ୍‌ ନମ୍ବର ଦେବା ପରେ ଆପଣଙ୍କ ନମ୍ବରକୁ OTP ଆସିବ।
ଷ୍ଟେପ୍‌ ୫: ଏହିପରି captcha ଏବଂ OTP ଏଣ୍ଟର କରିବା ପରେ ଆପଣ ପାନ୍‌-ଆଧାର ସଂଯୋଗର ମେସେଜ୍‌ ଦେଖିପାରିବେ। ଏଥିରେ କ୍ଲିକ୍‌ କଲେ ଆପଣଙ୍କ ପାନ୍‌ ସହିତ ଆଧାର ଲିଙ୍କ୍‌ ହୋଇଯିବ।
ପାନ୍‌- ଆଧାର ସଂଯୋଗ ନ କଲେ କଣ ହେବ ସମସ୍ୟା: ଯଦି ଆପଣ ୩୦ଜୁନ୍‌ ମଧ୍ୟରେ ପାନ୍‌ ସହିତ ଆଧାର କାର୍ଡକୁ ସଂଯୋଗ କରୁନାହାନ୍ତି, ତେବେ ଅନ୍‌ଲାଇନ୍‌ରେ ଇନ୍‌କମ୍‌ଟାକ୍ସ ପଇଠ କରିବା ସମୟରେ ସମସ୍ୟା ଦେଖାଦେବ। ଏଥିପାଇଁ ଆପଣଙ୍କର ରିଫଣ୍ଡ୍‌ ଆସିବାରେ ଥିଲେ, ତାହା ଅଟକି ରହିବାର ସମ୍ଭାବନା ରହିଛି।