ବଜାରକୁ ଆସିଲା ନୂଆ ସ୍ମାର୍ଟଫୋନ, ମୂଲ୍ୟ ୭୪୯୦

ନୂଆଦିଲ୍ଲୀ:  ପାନାସୋନିକ୍‌ ଇଣ୍ଡିଆ ଗୁରୁବାର ‘P’ ସିରିଜର ସମ୍ପ୍ରସାରଣ କରିଛି। ଏହାସହ P99 ସ୍ମାର୍ଟଫୋନ୍‌ ଲଞ୍ଚ କରିଛି। ଏଥିରେ 16 GB ROM, 8 MP ଅଟୋ ଫୋକସ୍‌ ବ୍ୟାକ୍‌ କ୍ୟାମେରା ରହିଛି। ଫ୍ରଣ୍ଟ କ୍ୟାମେରା 5 MP ରହିଛି। ଏହାର ବଜାର ମୂଲ୍ୟ ୭୪୯୦ ଟଙ୍କା ରଖାଯାଇଛି।

ଡୁଆଲ ସିମ୍‌ ଯୁକ୍ତ ଏହି ସ୍ମାର୍ଟଫୋନ୍‌ ଗୋଲ୍ଡ, ବ୍ଲାକ ଓ ବ୍ଲୁ ରଙ୍ଗରେ ଉପଲବ୍ଧ ହେଉଛି।

ପାନାସୋନିକ ଇଣ୍ଡିଆ ମୋବିଲିଟି ଡିଭିଜନ ବିଜନେସ୍‌ ହେଡ ପଙ୍କଜ ରାଣା କହିଛନ୍ତି- “ଆମକୁ କହିବାକୁ ଖୁସି ଲାଗୁଛି P99 ଉନ୍ନତମାନର ଡିସ୍‌ପ୍ଲେ, ଫ୍ରଣ୍ଟ ଓ ବ୍ୟାକ୍‌ କ୍ୟାମେରା ମୁଡ ସହ ବଜାରକୁ ଆସିଛି। ଏହା ମୋବାଇଲ ବ୍ୟବହାରକାରୀଙ୍କ ପସନ୍ଦ ହେବ ବୋଲି ଆମେ ଆଶା ରଖିଛୁ।”