ପଙ୍ଗଲ୍ ବେଳେ ହେଉଥିବା ଜଲ୍ଲିକଟ୍ଟୁ ଖେଳ ଉପରେ ସୁପ୍ରିମକୋର୍ଟଙ୍କ ରହିତା ଦେଶ

ଚେନ୍ନାଇ: ପଙ୍ଗଲ୍ ଅବସରରେ ଷଷ୍ଢକୁ ଆୟତ୍ତ କରୁଥିବା ଖେଳ(ଜଲ୍ଲିକଟ୍ଟୁ) ଖେଳ ଉପରେ ମଙ୍ଗଳବାର ସୁପ୍ରିମକୋର୍ଟ ରହିତା ଦେଶ ଲଗାଇଛନ୍ତି। ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଦାବି ପରେ ମୋଦି ସରକାର ଏହାକୁ ସବୁଜ ସଙ୍କେତ ଦେଇଥିଲେ।

ସୂଚନାଯୋଗ୍ୟ, କେନ୍ଦ୍ର ସରକାର ନିକଟ ଅତୀତରେ ତାମିଲନାଡୁରେ ଷଣ୍ଢକୁ ବାକୁ କରିବାକୁ ନେଇ ହେଉଥିବା ଜଲ୍ଲିକଟ୍ଟୁ ଖେଳ ଉପରେ ଥିବା ପ୍ରତିବନ୍ଧକ ଉଠାଇ ଦେଇଥିଲେ। ରାଜ୍ୟର ରାଜନୈତକ ଦଳଗୁଡିକ ଏହାକୁ ହଟାଇବାକୁ ଦୀଘ୍ର ଦିନ ହେବ ଦାବି କରି ଆସୁଥିଲେ। ୨୦୧୧ରେ ପରିବେଶ ମନ୍ତ୍ରଣାଳୟ ନିୟମରେ କିଛି ପରିବର୍ତ୍ତନ କରିଥିଲେ ଯେଉଁଥିରେ ଜଲ୍ଲିକଟ୍ଟୁରୁ ପ୍ରତିବନ୍ଧକ ହଟି ଯାଇଥିଲା।

ସେହିପରି ନିୟମରେ ପରିବର୍ତ୍ତନ ଯୋଗୁଁ ମହାରାଷ୍ଟ୍ର, କର୍ଣ୍ଣାଟକ, ପଞ୍ଜାବ, ହରିୟାଣା, କେରଳ ଓ ଗୁଜରାଟରେ ହେଉଥିବା ବଳଦ ଗାଡି ଦୌଡ ଉପରୁ ମଧ୍ୟ ପ୍ରତିବନ୍ଧକ ହଟି ଯାଇଥିଲା।