ପଞ୍ଜାବରୁ ୫ କେଜି ହରୋଇନ୍‌ ଜବତ

ଚଣ୍ଡିଗଡ଼: ଭାରତ-ପାକିସ୍ତାନ ସୀମା ଫିରୋଜପୁର ସେକ୍ଟର ଅଞ୍ଚଳରୁ ବୋର୍ଡର ସିକ୍ୟୁରିଟି ଫୋର୍ସ (ବିଏସ୍‌ଏଫ୍)ର ଯବାନମାନେ ଗତକାଲି ୫ କେଜି ହେରୋଇନ୍‌ ଜବତ କରିଛନ୍ତି। ଅଭିନବ ଉପାୟରେ ବଳଦ ଗାଡ଼ି ଚକରେ ଏହି ନିଶାଦ୍ରବ୍ୟ ନିଆ ଯାଉଥିବା ବେଳେ ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୨୫ କୋଟିରୁ ଅଧିକ ହେବ। ଆଜି ଏନେଇ ବିଏସ୍‌ଏଫ୍‌ ମୁଖପାତ୍ର ସୂଚନା ଦେଇଛନ୍ତି।

ଗତକାଲି ସୀମାନ୍ତ ଗାଣ୍ଡୁ କ୍ଲିଚ୍‌ ଅଞ୍ଚଳରେ ବିଏସ୍‌ଏଫ୍‌ ଯବାନମାନେ ସନ୍ଦେହରେ ଏକ ବଳଦ ଗାଡ଼ିକୁ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ଗାଡ଼ିର ଚକରୁ ହେରୋଇନ୍‌ ଜବତ କରିଥିଲା।