ପନ୍ନୀରସେଲଭାମଙ୍କ ଇସ୍ତଫାପତ୍ରକୁ ଗ୍ରହଣ କଲେ ରାଜ୍ୟପାଳ, ଶଶିକଳାଙ୍କ ପାଇଁ ବାଟ ସଫା

ଚେନ୍ନାଇ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ପନ୍ନୀରସେଲଭାମଙ୍କ ଇସ୍ତଫାପତ୍ରକୁ ଆଜି ଗ୍ରହଣ କରି ନେଇଛନ୍ତି ରାଜ୍ୟପାଳ ବିଦ୍ୟାସାଗର ରାଓ। ଫଳରେ ନୂଆ ମୁଖ୍ୟମନ୍ତ୍ରୀ ହେବା ପାଇଁ ଶଶିକାଳଙ୍କ ପାଇଁ ରାସ୍ତା ସଫା ହୋଇଯାଇଛି।

ଗତକାଲି ପନ୍ନୀରସେଲଭାମ ନିଜ ପଦରୁ ଇସ୍ତଫା ଦେଇଥିଲେ। ବ୍ୟକ୍ତିଗତ କାରଣ ଯୋଗୁଁ ସେ ଇସ୍ତଫା ଦେଇଥିବା ପ୍ରକାଶ କରିଥିଲେ। ଶଶିକଳାଙ୍କୁ ଏଆଇଏଡିଏମ୍‌କେ ବିଧାୟକ ଦଳର ନେତା ନିର୍ବାଚିତ କରିବା ପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

ବିକଳ୍ପ ବ୍ୟବସ୍ଥା କରାଯିବା ପର୍ଯ୍ୟନ୍ତ ପନ୍ନୀରସେଲଭାମ୍ ଓ ତାଙ୍କ କ୍ୟାବିନେଟ୍ ଦାୟିତ୍ୱ ନିର୍ବାହ କରୁ ବୋଲି ରାଜ୍ୟପାଳଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।