ପାଣ୍ଠି ହଡ଼ପ ମାମଲା: ମୁବାରକଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ

କାଏରୋ: ଦୁର୍ନୀତି ଅଭିଯୋଗରେ ଇଜିପ୍ଟର ପୂର୍ବତନ ରାଷ୍ଟ୍ରପତି ହୋସନୀ ମୁବାରକଙ୍କୁ ଶନିବାର ଏଠାକାର ଏକ କୋର୍ଟ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ତେବେ ସେ କାଟି ସାରିଥିବା ସଜା ମଧ୍ୟରେ ଏହା ଅନ୍ତର୍ଭୁକ୍ତ ହେବ ନା ନାହିଁ ସେ ନେଇ କୋର୍ଟ କିଛି ସ୍ପଷ୍ଟ କରି ନାହାନ୍ତି। ନିଜ ଶାସନ କାଳରେ ମୁବାରକ ଓ ତାଙ୍କର ଦୁଇ ପୁଅ ଦେଶର ରାଜକୋଷରୁ କୋଟି କୋଟି ଟଙ୍କା ଆତ୍ମସାତ କରିଥିବା ନେଇ ଅଭିଯୋଗ ହୋଇଥିଲା।  ଏହି ଟଙ୍କା ରାଷ୍ଟ୍ରପତି ଭବନର ଉନ୍ନତିକରଣ ପାଇଁ ଉଦ୍ଦିଷ୍ଟ ଥିଲା। କିନ୍ତୁ ମୁବାରକ ଓ ତାଙ୍କର ପୁଅମାନେ ଏହି ଟଙ୍କାକୁ ନିଜ ଘରର ଉନ୍ନତିକରଣରେ ଲଗାଇ ଦେଇଥିଲେ। ଏହି ମାମଲାରେ ମୁବାରକ ତିନି ବର୍ଷ ଜେଲ ଓ ତାଙ୍କର ପୁଅମାନଙ୍କୁ ୪ବର୍ଷ ଜେଲ ଦଣ୍ଡାଦେଶ ହୋଇଥିଲା। ପରେ ସେ ଏହା ବିରୁଦ୍ଧରେ ଅପିଲ୍ କରିଥିଲେ।

୨୦୧୧ ବିଦ୍ରୋହରେ ମୁବାରକଙ୍କୁ ଗାଦିଚ୍ୟୁତ କରାଯାଇଥିଲା।