ଦିବ୍ୟାଙ୍ଗ ଆଥଲେଟ୍‌ଙ୍କୁ ଅସମ୍ମାନ: ଟ୍ରେନ୍‌ ଚଟାଣରେ ଶୋଇ କାଟିଲେ ରାତି

ନୂଆଦିଲ୍ଲୀ: ଦେଶରେ ବିଶେଷ କରି ଦିବ୍ୟାଙ୍ଗ ଖେଳାଳୀ ମାନେ ସବୁବେଳେ ଅବହେଳିତ। ସେମାନଙ୍କୁ କିଭଳି ଭାବେ ଅଣଦେଖା କରାଯାଉଛି  ତାର ଏକ ଜ୍ୱଳନ୍ତା ଉଦାହରଣ ସାମ୍ନାକୁ ଆସିଛି। ନାଗପୁରରୁ ଟ୍ରେନରେ ଦିଲ୍ଲୀ ଯାଉଥିବା ଜଣେ ମହିଳା ଦିବ୍ୟାଙ୍ଗ ଆଥଲେଟ୍‌ ସୁବର୍ଣା ରାଜଙ୍କ ସହ ଏମିତି କିଛି ଘଟିଥିଲା ଯାହା ଦେଶ ପାଇଁ ଏକ ଲଜ୍ଜା ଆଣିଦେଇଛି। ନାଗପୁରରୁ ଦିଲ୍ଲୀ ଯାଉଥିବା ସମୟରେ ତାଙ୍କୁ ଟ୍ରେନ୍‌ର ଉପର ବର୍ଥରେ ଥିବା ସିଟ୍ ଆଲର୍ଟ କରାଯାଇଥିଲା। ଯେହେତୁ ସେ ଜଣେ ଦିବ୍ୟାଙ୍ଗ ଥିଲେ ତେଣୁ ଟ୍ରେନର ଉପର ସିଟ୍‌କୁ ଚଢିବାକୁ ସେ ଅସମର୍ଥ ହୋଇଥିଲେ। ଫଳରେ ସେ ଟ୍ରେନ ଚଟାଣରେ ଶୋଇ ରାତି କାଟିଥିଲେ। ଜଣେ ପାରା ଆଥଲେଟ୍‌ ହୋଇଥିଲେ ମଧ୍ୟ ତାଙ୍କୁ ତଳ ସିଟ୍ ନ ମିଳିବାରୁ ସେ ଦୁଖଃ ପ୍ରକାଶ କରିଛନ୍ତି। ଏନେଇ ସେ ରେଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଭେଟି ଘଟଣା ବିଷୟରେ ଜାଣାଇବେ ବୋଲି କହିଛନ୍ତି।