ପାରିକରଙ୍କୁ ଶପଥ ଗ୍ରହଣ ପାଇଁ ସୁପ୍ରିମକୋର୍ଟଙ୍କ ସବୁଜ ସଙ୍କେତ:୧୬ସୁଦ୍ଧା ଗୃହରେ ବହୁମତ ସାବ୍ୟସ୍ତ କରିବାକୁ ନୋଟିସ

ନୂଆଦିଲ୍ଲୀ:ଗୋଆରେ ବିଜେପିକୁ ସୁପ୍ରମିକୋର୍ଟଙ୍କ ଆଶ୍ୱସ୍ଥି । ଗୋଆ ମୁଖ୍ୟମନ୍ତ୍ରୀ ଭାବେ ମନୋହର ପାରିକରଙ୍କୁ ଶପଥ ନେବାକୁ ଦେଶର ସର୍ବୋଚ୍ଚ ନ୍ୟାଳୟ ସବୁଜ ସଙ୍କେତ ଦେଇଛନ୍ତି। ତେବେ ଗୁରୁବାର ସୁଦ୍ଧା ବିଜେପି ନିଜ ସମପକ୍ଷରେ ବିଧାନସଭା ଗୃହରେ ବହୁମତ ପ୍ରମାଣ ଦେବାକୁ ସୁପ୍ରମିକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

କଂଗ୍ରେସ ପକ୍ଷରୁ ହୋଇଥିବା ଆବେଦନର ଶୁଣାଣି କରି କୋର୍ଟ ଏହି ନିର୍ଦେଶ ଦେଇଛନ୍ତି କୋର୍ଟ।  ମୁଖ୍ୟ ବିଚାରପତି ଜେଏସ ଖେହରଙ୍କ ‌ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ବେଞ୍ଚରେ ଏହି ନିଷ୍ପତ୍ତି ନିଆଯାଇଛି। ୪୦ଆସନ ବିଶିଷ୍ଟ ଗୋଆରେ କଂଗ୍ରେସ ୧୭ଟି ଆସନ ଜିତିଥିବା ବେଳେ ବିଜେପି ୧୩ଟି ଆସନ ହାତେଇଥିଲା। ଏଠାରେ ସରକାର ଗଠନ ପାଇଁ ୨୧ଟି ସିଟ ଆବଶ୍ୟକ ଥିଲା। ହେଲେ ବିଜେପି ଆଉ ୮ ଜଣ ବିଧାୟକଙ୍କ ସମର୍ଥନ ଥିବା ଦାବି କରି ସରକାର ଗଠନ କରିବାକୁ ରାଜ୍ୟପାଳଙ୍କ ନିକଟରେ ଦାବି କରିଥିଲା। ସରକାର ଗଠନ ଲାଗି ରାଜ୍ୟପାଳ ମୃଦୁଳା  ସିହ୍ନା  ବିଜେପିକୁ ଆମନ୍ତ୍ରଣ କରିବା ସହ ଆଜି ମନୋହର ପାରିକ ଶପଥ ନେବାର ଥିଲା। ହେଲେ  ଏହାକୁ ଚାଲେଞ୍ଜ କରି କଂଗ୍ରେସ ସୁପ୍ରମିକୋଟର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ଆଜି ଛୁଟି ଥିଲେ ବି ସୁପ୍ରିମକୋର୍ଟ ଆବେଦନର ଜରୁରୀ ଶୁଣାଣି କରିବାକୁ ରାଜି ହୋଇଥିଲେ। ବିଜେପି ଗୋଆର ଗଣତନ୍ତ୍ର ହତ୍ୟା କରିବାକୁ ଉଦ୍ୟମ କରୁଥିବା କଂଗ୍ରେସ କହିଛି ।ଗୋଆରେ ବିଜେପିର ୧୩ ଜଣ ସଦସ୍ୟ ଥିବାବେଳେ ଗୋଆ ଫରୱାର୍ଡ ପାର୍ଟିର ୩ଜଣ ବିଧାୟକ, ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟିର ୩ ବିଧାୟକ ଓ ଦୁଇ ସ୍ୱାଧୀନ ବିଧାୟକ ପାରିକରଙ୍କୁ ସମର୍ଥନ କରୁଛନ୍ତି। କଂଗ୍ରେସ ୧୭ଟି ଆସନରେ ବିଜୟ ହୋଇଛି।