ପ୍ୟାରିସ ଆତଙ୍କବାଦୀ ଆକ୍ରମଣ: ତୃତୀୟ ଆକ୍ରମଣକାରୀ ଚିହ୍ନଟ

ପ୍ୟାରିସ: ପ୍ୟାରିସର ବାଟାକ୍ଲାନ କନସର୍ଟ ହଲ ଆକ୍ରମଣକାରୀ ଆତଙ୍କବାଦୀକୁ ଗୁରୁବାର ଚିହ୍ନଟ କରିଛି ପୋଲିସ। ଏହି ଆତଙ୍କବାଦୀ ଜଣଙ୍କ ଫ୍ରାନ୍ସର ନାଗରିକ ଓ ତା ନାଁ ଏଫ୍ ମହମ୍ମଦ(୨୩)। ୨୦୧୩ରୁ ମହମ୍ମଦ ସିରିଆରେ ଆଇଏସ ଟ୍ରେନିଂ ସେଣ୍ଟରରେ ତାଲିମ ନେଉଥିଲା। ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଯୋଜନାବଦ୍ଧ ଆକ୍ରମଣ ପାଇଁ ଗତମାସରେ ଏଠାକୁ ଆସିଥିଲା ବୋଲି ପୋଲିସ ସୂଚନା ଦେଇଛି।