ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ପାର୍ଲାମେଣ୍ଟର ବଜେଟ୍‌ ଅଧିବେଶନ ଆରମ୍ଭ

ନୂଆଦିଲ୍ଲୀ: ଆରମ୍ଭ ହେଲା ପାର୍ଲାମେଣ୍ଟ ବଜେଯ୍‌ ଅଧିବେଶନ। ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରି ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କହିଛନ୍ତି, “ସବକା ସାଥ ସବକା ବିକାଶ” ହେଉଛି ସରକାରଙ୍କ ମୁଖ୍ୟ ଲକ୍ଷ୍ୟ। ଏହା ସହିତ ନାରୀ ଶକ୍ତି ବୃଦ୍ଧି ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର। ସ୍ୱଚ୍ଛ ଭାରତ ମିଶନ ଏକ ଅନ୍ଦୋଳନରେ ପରିଣତ ହୋଇଛି। ସବୁ ବାସହୀନଙ୍କୁ ଘର ଯୋଗାଇବାର ଲକ୍ଷ୍ୟ ରଖିଛନ୍ତି ସରକାର।

ଆସନ୍ତାକାଲି ଉପସ୍ଥାପନ ହେବ କେନ୍ଦ୍ର ବଜେଟ୍। ଏଥର ଉଭୟ ରେଳ ଓ ସାଧାରଣ ବଜେଯ୍‌ ଗୋଟିଏ ଦିନରେ ଉପସ୍ଥାପନ ହେବ। ୫ଟି ରାଜ୍ୟରେ ନିର୍ବାଚନ ଥିବାରୁ ବଜେଟ୍‌ ଅଧିବେଶନର ପ୍ରଥମ ପର୍ଯ୍ୟାୟ ୯ତାରିଖରେ ସରିବ। ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୮ରୁ ଆରମ୍ଭ ହୋଇ ଏପ୍ରିଲ ୧୨ ପର୍ଯ୍ୟନ୍ତ ଚାଲିବ। ବିମୁଦ୍ରାକରଣ ପରେ କେନ୍ଦ୍ର ସରକାରଙ୍କ ପାଇଁ ଏଥର ବଜେଟ୍‌ ଚ୍ୟାଲେଞ୍ଜପୂର୍ଣ୍ଣ ହୋଇଥିବା ବେଳେ ଅର୍ଥମନ୍ତ୍ରୀ ଜେଟଲିଙ୍କ ବଜେଟ ପେଡ଼ି ଉପରେ ସାରା ଦେଶର ନଜର ରହିଛି।