ବିଜେପିର ସଂସଦୀୟ ମିଟିଂ, ୟୁପି ମୁଖ୍ୟମନ୍ତ୍ରୀ ପାଇଁ ରାଜନାଥଙ୍କ ଉପରେ ନଜର

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ମଣିପୁର ଏବଂ ଗୋଆ ବିଧାନ ସଭା ନିର୍ବାଚନରେ ବିପୁଳ ବିଜୟ ପରେ ଆଜି ବସିଛି ବିଜେପିର ସଂସଦୀୟ ମିଟିଂ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଯୋଗଦେଇଛନ୍ତି। ଏହି ସଭାରେ ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବଛାଯିବା ନେଇ ନିଷ୍ପତ୍ତି ହୋଇପାରେ।  ତେବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ରାଜନାଥ ସିଂଙ୍କ ନାଁ ଉଠିପାରେ। ରାଜନାଥ ଏବେ କେନ୍ଦ୍ର ଗୃହମନ୍ତ୍ରୀ ଦାୟିତ୍ୱରେ ଅଛନ୍ତି।