ପଠାନକୋଟ ଆକ୍ରମଣ ନେଇ ମୋଦି ଓ ଡୋଭାଲଙ୍କ ଉପରେ ବର୍ଷିଲେ ରାହୁଲ

ମୁମ୍ବାଇ: ପଠାନକୋଟ ଆତଙ୍କବାଦୀ ଆକ୍ରମଣ ନେଇ ଶନିବାର ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି। ସେ କହିଛନ୍ତି, ପଠାନକୋଟ୍ ଆତଙ୍କୀ ହମଲା ଘଟଣାକୁ ମୋଦି ସରକାର ଠିକ୍ ଢଙ୍ଗରେ ପରିଚାଳନା କରି ପାରିଲେ ନାହିଁ।

ସେହିଭଳି ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିଜ ଡୋଭାଲଙ୍କ କାର୍ଯ୍ୟଧାରା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ରାହୁଲ। ସେ କହିଛନ୍ତି, ଏନଏସଏ ଯୋଜନା ପ୍ରସ୍ତୁତି କରିବେ। ସେ ଆତଙ୍କବାଦୀ ହମଲା ଭଳି ଘଟଣାରେ ସିଧାସଳଖ ମୁଣ୍ଡ ଖେଳାଇ ରଣନୀତି ପ୍ରସ୍ତୁତ କରି ପାରିବେ ନାହିଁ। ଏନଏସଜି ରଣକୌଶଳ ସ୍ଥିର କରିବ।

ରାହୁଲ ଆହୁରି ମଧ୍ୟ କହିଛନ୍ତି ଯେ ଜଣେ ବ୍ୟକ୍ତି ଯଦି ନିଜ ଦାୟିତ୍ୱ ସଂପର୍କରେ ଜାଣି ନ ଥିବା ବ୍ୟକ୍ତି ସର୍ବାଦା ବିପଦକୁ ଆମନ୍ତ୍ରଣ କରି ଥାଏ। ଏହା ବି ସେ ଡୋଭାଲଙ୍କ ଉଦ୍ଦେଶ୍ୟରେ କହିଛନ୍ତି।