ପଠାନକୋଟ ଏୟାରବେସ୍ ଆକ୍ରମଣରେ ପାକିସ୍ତାନର ହାତ ଥିଲା

ନୂଆଦିଲ୍ଲୀ: ପଞ୍ଜାବର ପଠାନକୋଟ ସ୍ଥିତ ଏୟାରବେସ ଉପରେ ହୋଇଥିବା  ଆତଙ୍କବାଦୀ ଆକ୍ରମଣ ବିଷୟରେ ଆମେରିକା ଭାରତକୁ କିଛି ପ୍ରମାଣ ଦେଇଛି। ପାକିସ୍ତାନ ଏହି ଆକ୍ରମଣ କରିବା ପାଇଁ ଷଡ଼ଯନ୍ତ୍ର କରିଥିବା ଏଥିରେ ଉଲ୍ଲେଖ ଅଛି। ଆତଙ୍କୀ ସଂଗଠନ ଜୈଶ-ଏ–ମହମ୍ମଦର ମୁଖ୍ୟ ମସୁଦ ଅଜହର ବିରୋଧରେ  ଏନଆଇଏ ଚାଜସିଟ୍‌ ଦାଖଲ କରିବା  ପାଇଁ ନିଷ୍ପତ୍ତି ନେଇଥିବା ବେଳେ ଆମେରିକା ଏହି ପ୍ରମାଣ ଭାରତକୁ ଦେଇଛି।

ଟାଇମ୍ସ ଅଫ ଇଣ୍ଡିଆ ଛାପିଥିବା ଏହି ଖବର ଅନୁଯାୟୀ, ପଠାନକୋଟ ସ୍ଥିତ ଏୟାରବେସ ଉପରେ ହୋଇଥିବା  ଆତଙ୍କୀ  ଆକ୍ରମଣର ମାଷ୍ଟରମାଇଣ୍ଡର ଫେସବୁକ ଆକାଉଣ୍ଟର ଆଇପି ଆଡ୍ରେସ ଓ ଅଲ୍‌ ରେହମତ ଟ୍ରଷ୍ଟର  ଆର୍ଥିକ କାରବାର ହିସାବ ରଖୁଥିବା  ଆଇପି ଆଡ୍ରେସ ପାକିସ୍ତାନର ବୋଲି ଆମେରିକାର ଏନଆଇଏକୁ  କହିଛି।