ପଠାନକୋଟ ଆକ୍ରମଣ: ଗୁରୁଦାସପୁର ଏସପିଙ୍କର ହେବ ଲାଇଡିଟେକ୍ଟର ଟେଷ୍ଟ

ନୂଆଦିଲ୍ଲୀ: ପଠାନକୋଟ ଆକ୍ରମଣ ଘଟଣାରେ ସମ୍ପୃକ୍ତି ଥିବା ନେଇ ଗୁରୁଦାସପୁର ଏସପି ସାଲୱିନ୍ଦର ସିଂହଙ୍କ ଲାଇଡିଟେକ୍ସନ ଟେଷ୍ଟ କରାଯିବା। ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଏହି ଟେଷ୍ଟ କରିବ। ଏ ନେଇ ଦିଲ୍ଲୀର ଏକ ସ୍ୱତନ୍ତ୍ର କୋର୍ଟ ଗତକାଲି ଏନଆଇଏକୁ ଅନୁମତି ଦେଇଛନ୍ତି। ଏହି ମାମଲାରେ ମଙ୍ଗଳବାର ତାଙ୍କୁ ବହୁ ସମୟ ଧରି ଜେରା କରାଯାଇଛି।

ସୂଚନାଯୋଗ୍ୟ, ନୂଆବର୍ଷର ପ୍ରଥମ ସପ୍ତାହରେ ପଞ୍ଜାବର ପଠାନକୋଟ ବାୟୁସେନା ଘାଟି ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଏହି ଘଟଣାରେ ୬ଜଣ ଅତଙ୍କବାଦୀଙ୍କୁ ସୁରକ୍ଷା କର୍ମୀ ହତ୍ୟା କରିଥିଲେ। ସେହିପରି ଆତଙ୍କୀଙ୍କ ଆକ୍ରମଣେ ଜଣେ ସାଧାରଣ ଲୋକଙ୍କ ସହ ୭ଜଣ ସୁରକ୍ଷା କର୍ମୀ ସହିଦ ହୋଇଥିଲେ। ଆତଙ୍କବାଦୀମାନେ ପଠାନକୋଟ ଏୟାରବେସରେ ପଶିବାରେ ଗୁରୁଦାସପୁର ଏସପି ସାଲୱିନ୍ଦର ସିଂହଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଥିଲା।