ପଠାନ୍‌କୋଟ ଆକ୍ରମଣର ମାଷ୍ଟର ମାଇଣ୍ଡ୍ ପାକିସ୍ତାନରୁ ଫେରାର୍

କରାଚୀ: ପଞ୍ଜାବର ପଠାନ୍‌କୋଟ ଆକ୍ରମଣର ମାଷ୍ଟରମାଇଣ୍ଡ ଆତଙ୍କବାଦୀ ମାସୁଦ ଆଜହାର ପାକିସ୍ତାନରୁ ଫେରାର ହୋଇଯାଇଛି। ପାକିସ୍ତାନରେ ନଜରବନ୍ଦୀ ଥିବା ଏହି ଆତଙ୍କବାଦୀ ଜଣଙ୍କ ବୁଧବାର ତା’ ଘରୁ କେଉଁ ଆଡକୁ ଚାଲିଯାଇଛି। ପାକିସ୍ତାନୀ ପୋଲିସ ତାକୁ ଖୋଜୁଥିଲେ ମଧ୍ୟ ସନ୍ଧାନ ପାଇବାରେ ବିଫଳ ହୋଇଛି। ଏ ନେଇ ପାକିସ୍ତାନୀ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ତେବେ ସେ ଲୁଚି ଆଫଗାନସ୍ତାନ ପଳାଇ ଯାଇଥିବା ଅନୁମାନ କରାଯାଉଛି।