ପଠାନକୋଟ ଆକ୍ରମଣକାରୀଙ୍କ ସଂଖ୍ୟାକୁ ନେଇ ପ୍ରଶ୍ନ ଉଠାଇଲେ ତଦନ୍ତକାରୀ ଟିମ୍

ପଠାନକୋଟ: ପଞ୍ଜାବର ପଠାନକୋଟ ଏୟାରବେସରେ କେତେ ସଂଖ୍ୟାରେ ଆତଙ୍କବାଦୀ ଆକ୍ରମଣ କରିଥିଲେ ଏ ନେଇ ତଦନ୍ତକାରୀ ଟିମ୍‌ ପାଇଁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀଙ୍କ ସଂଖ୍ୟା ୪ କିମ୍ୱା ୬ ତାହା ଏନଆଇଏ ଠିକ୍‌ରେ କହିପାରୁ ନାହିଁ।

୬ ଜଣ ଆତଙ୍କବାଦୀକୁ  ନ୍ୟାସନାଲ୍ ସିକ୍ୟୁରିଟି ଗାର୍ଡ ହତ୍ୟା କରିଥିବା ଏକ ଗଣମାଧ୍ୟମ ଖବରରେ ପ୍ରକାଶ ପାଇଥିଲା। ୪ ଆତଙ୍କୀଙ୍କୁ ହତ୍ୟା କରାଯିବା ପରେ ଏକ ଦୁଇ ମହଲା ଘର ଉପରେ ବିସ୍ଫୋରଣ କରାଯାଇଥିଲା। ଏଥିରେ ଦୁଇ ଜଣ ଆତଙ୍କୀଙ୍କ ମୃତ୍ୟୁ ଘଟିଥିଲା। ତେବେ ବିସ୍ଫୋରଣ ପରେ କିଛି ମାଂସ ଟୁକୁଡା ମିଳିଥିବା ବେଳେ, କିଛି ପୋଷାକ ମିଳି ନ

ଥିଲା। ତେଣୁ ଏହି ମାଂସ ଖଣ୍ଡ ଆତଙ୍କବାଦୀଙ୍କର ବୋଲି ଅନୁମାନ କରାଯାଉଛି।

ଏନଆଇ ମୁଖ୍ୟ ଶରଦ କୁମାର ପୁଣି ଥରେ ଘଟଣାସ୍ଥଳକୁ ପରିଦର୍ଶନ କରିପାରନ୍ତି।