ପଠାନକୋଟ ଆକ୍ରମଣ ଘଟଣା: ପାକିସ୍ତାନରୁ ଭାରତକୁ ଆସିଥିଲେ ୬ ଆତଙ୍କୀ

ନୂଆଦିଲ୍ଲୀ: ପଞ୍ଜାବର ପଠାନକୋଟ ଆକ୍ରମଣ ଘଟଣାରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏଏସଆଇ ତଦନ୍ତ ଚଳାଇଛି। ଭାରତ ସରକାର ଦେଇଥିବା ପ୍ରମାଣ ଓ ତଥ୍ୟ ଆଧାରରେ ଆଇଏସଆଇ ତଦନ୍ତ କରୁଛି। ତେବେ ୬ ଜଣ ଆତଙ୍କୀ ପାକିସ୍ତାନରୁ ଭାରତକୁ ଆସିଥିବା ନେଇ ଆଇଏସଆଇ ସଙ୍କେତ ଦେଇଛି। ପାକିସ୍ତାନର ଏକ ନ୍ୟୁଜ୍ ୱେବସାଇଟ୍ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ନ୍ୟୁଜ୍ ୱେବସାଇଟକୁ ସୂଚନା ଦେଇ ପାକିସ୍ତାନ ସରକାରଙ୍କ ଜଣେ ଅଧିକାରୀ କହିଛନ୍ତି, ପଠାନକୋଟରେ ଭାରତୀୟ ସେନା ଆକ୍ରମଣରେ ପ୍ରାଣ ହରାଇଥିବା ସମସ୍ତ ଆତଙ୍କବାଦୀ ପାକିସ୍ତାନର ବୋଲି ଆଇଏସଆଇ ପ୍ରାଥମିକ ତଦନ୍ତରୁ ଜାଣିପାରିଛି। ଭାରତ ଦେଇଥିବା ତଥ୍ୟ ଆଧାରରେ ଆଇଏସଆଇ ଏହି ସଙ୍କେତ ଦେଇଛି।