ପଟିଆଲା ହାଉସ୍ କୋର୍ଟରେ ଓକିଲଙ୍କ ମାରପିଟ୍ ଘଟଣା: କ୍ଷମା ମାଗିଲା ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ

ନୂଆଦିଲ୍ଲୀ: ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟରେ ଜେଏନୟୁ ଛାତ୍ରଙ୍କ ପ୍ରସଙ୍ଗକୁ  ବୁଧବାର ଓକିଲଙ୍କ ମାରପିଟ୍ ଘଟଣା ପରେ ବାର୍ କାଉନ୍‌ସିଲ୍ ଅଫ୍ ଇଣ୍ଡିଆର ପକ୍ଷରୁ କ୍ଷମା ପ୍ରାର୍ଥନା କରାଯାଇଛି। ବାର କାଉନସିଲ ଅଫ ଇଣ୍ଡିଆ ଅଧ୍ୟକ୍ଷ କହିଛନ୍ତି, କୋର୍ଟ ପରିସରରେ ଯାହା ଘଟିଲା ତାହା ଲଜ୍ୟାଜନକ। ଏହି ଘଟଣାରେ ସମ୍ପୃକ୍ତ ଓକିଲଙ୍କ ରେଜିଷ୍ଟ୍ରସନ୍ ରଦ୍ଧ କରାଯିବ ବୋଲି ବୋଲି ସେ କହିଛନ୍ତି।

ସୁପ୍ରିମ୍‌କୋର୍ଟ ଏହି ଘଟଣାରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। କୋର୍ଟ କହିଛନ୍ତି ଜେଏନ୍‌ୟୁ ଛାତ୍ରଙ୍କ ଦେଶ ବିରୋଧୀ ସ୍ଲୋଗାନ୍ ନେଇ ଯେଉଁ ପ୍ରକାର ଅବ୍ୟବସ୍ଥା ଓ ହଙ୍ଗାମା ଲାଗି ରହିଛି ଏଥିରେ ଆଇନ ବ୍ୟବସ୍ଥା ବଜାଇ ରଖିବା ଚିନ୍ତାର କାରଣ ପାଲଟିଛି। ଜେଏନ୍‌ୟୁ ଛାତ୍ର ସଂଘ ଅଧ୍ୟକ୍ଷ କେହ୍ନେୟାକୁ ବିରୋଧ କରୁଥିବା ଓକିଲଙ୍କୁ ନିର୍ଦ୍ଦେଶ ଜାରି କରି କୌଣସି କାରଣ ନ ଥାଇ ବିବାଦୀୟ ମନ୍ତବ୍ୟ ଦେଇ ପରିସ୍ଥିତିକୁ ନ ବିଗାଡିବାକୁ କୋର୍ଟ କହିଛନ୍ତି। କହ୍ନେୟାଙ୍କ କୋର୍ଟରେ ହାଜର କରାଯିବା ପୂର୍ବରୁ ଦିଲ୍ଲୀ ପୋଲିସ କମିଶନର ତାଙ୍କ ଜାମିନ ଆବେଦନକୁ ବିରୋଧ କରିବେ ନାହିଁ ବୋଲି କହିଥିବା ଶୁଣାଣି ବେଳେ ଜଣେ ଓକିଲ ଅଭିଯୋଗ କରିଥିଲେ। ଏପରି ଅଭିଯୋଗକୁ ନେଇ ସୁପ୍ରିମ୍‌କୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି।

ପଟିଆଲା ହାଉସ କୋର୍ଟରେ ଓକିଲଙ୍କ ସମର୍ଥନ କରି ଆଇନଜୀବୀ ଆର.ପି. ଲୁଥାର ସୁପ୍ରମିକୋର୍ଟ ଜଷ୍ଟିସ୍‌ ଜେ. ଚେଲମେଶ୍ୱରଙ୍କ ବେଞ୍ଚରେ ଏକ ଆବେଦନ ଦାଖଲ କରି କହିଥିଲେ କହ୍ନେୟାଙ୍କ ଜାମିନକୁ ବିରୋଧ ନ କରିବା ମନ୍ତବ୍ୟ ଦେଇ ଦିଲ୍ଲୀ ପୋଲିସ ଲୋକଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି କରିବାକୁ ପ୍ରୟାସ କରିଛନ୍ତି। ଏହାପରେ କୋର୍ଟ ନିର୍ଦ୍ଦେଶ ଦେଇ କହିଥିଲେ କୌଣସି ବ୍ୟକ୍ତି ଏପରି ମନ୍ତବ୍ୟ ନ ଦିଅନ୍ତୁ ଯେଉଁଥିରେ ସ୍ଥିତି ଖରାପ ହେଉଛି।