ଭାଗଲପୁରରେ ସାମ୍ପ୍ରଦାୟିକ ହିଂସା ମାମଲା: କେନ୍ଦ୍ରମନ୍ତ୍ରୀ ଅଶ୍ୱିନ୍ ଚୌବେଙ୍କ ପୁଅ ଗିରଫ

ପାଟଣା: ଭାଗଲପୁରରେ ସାମ୍ପ୍ରଦାୟକ ହିଂସା ମାମଲାରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନ୍ ଚୌବେଙ୍କ ପୁଅ ଅର୍ଜିତଙ୍କୁ ବିହାର ପୋଲିସ ଗିରଫ କରିଛି। ସେ ସାମ୍ପ୍ରଦାୟକ ହିଂସାକୁ ଉସୁକାଇବା ଦୋଷରେ ଆରୋପୀ ଅର୍ଜିତଙ୍କୁ ପାଟଣାରୁ ଭାଗଲପୁର ନିଆଯାଇଛି। ଆଜି କୋର୍ଟରେ ତାଙ୍କୁ ହାଜର କରାଯିବ।

ମାର୍ଚ୍ଚ ୧୭ ତାରିଖରେ ଭାଗଲପୁରରେ ପ୍ରଶାସନର ବିନା ଅନୁମତିରେ ଶୋଭାଯାତ୍ରା ବାହାର କରିଥିବାରୁ ଅଞ୍ଚଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ଅର୍ଜିତ ସାମ୍ପ୍ରଦାୟକ ହିଂସା ଉସୁକାଉଥିବା ଅଭିଯୋଗ ହୋଇଥିଲା।

ଘଟଣା ପରଠାରୁ ଫେରାର ଥିଲେ ଅର୍ଜିତ।  ଯାହାକୁ ନେଇ ବିରୋଧୀ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଚୌବେଙ୍କ ସମେତ ବିଜେପିକୁ କଡ଼ା ସମାଲୋଚନା କରିଥିଲେ। ଆଜି ଅର୍ଜିତ ଟ୍ରେନ୍‌ରେ ଆରାରୁ ପାଟଣା ଆସୁଥିଲା ବେଳେ ବିହାର ପୋଲିସ ତାଙ୍କୁ ଗିରଫ କରିଥିଲା। ମହାବୀର ମନ୍ଦିର ପାଖରୁ ଅର୍ଜିତଙ୍କୁ ଗିରଫ କରାଯାଉଥିବା ବେଳେତାଙ୍କ ସମର୍ଥକମାନେ ଜୟ ଶ୍ରୀ ରାମ ନାରା ଲଗାଇଥିଲେ।

ସୂଚନା ଅନୁସାରେ ଶନିବାର ଭାଗଲପୁର ଜିଲ୍ଲା କୋର୍ଟରେ ଆଗୁଆ ଜାମିନ ପାଇଁ ମଧ୍ୟ ଅର୍ଜିତ ଆବେଦନ କରିଥିଲେ। କିନ୍ତୁ କୋର୍ଟ ଶନିବାର ତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ।