ଏୟାରଇଣ୍ଡିଆର ମଝି ସିଟ୍‌ରେ ବସିଲେ ଦେବାକୁ ପଡ଼ିବ ଅଧିକ ଟଙ୍କା

ନୂଆଦିଲ୍ଲୀ: ଏଣିକି ଏୟାରଇଣ୍ଡିଆ ବିମାନର ମଝି ସିଟ୍‌ରେ ବସିଲେ ଦେବାକୁ ପଡ଼ିବ ଅଧିକ ଟଙ୍କା। ଯଦି ଗ୍ରାହକ ଏୟାରଇଣ୍ଡିଆ ବିମାନର ମଝି ସିଟ୍‌ ପାଇଁ ସଂରକ୍ଷିତ କରନ୍ତି ତାହେଲେ ଯାତ୍ରୀଙ୍କଠାରୁ ଅଧିକ ଟଙ୍କା ଆଦାୟ କରିବ କମ୍ପାନୀ। ଏପରି କଲେ କମ୍ପାନୀର ରାଜସ୍ୱ ବଢ଼ିବା ବୋଲି ଏୟାରଲାଇନ୍ସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ବର୍ତ୍ତମାନ ସମୟରେ ବିମାନରେ ଆଗ ସିଟ୍‌, ବଲ୍କ ହେଡ ସିଟ୍‌ ଓ ଆପାତକାଳୀନ ସିଟ୍‌ରେ ବସିବା ପାଇଁ ଅଧିକ ଟଙ୍କା ଦେବାକୁ ପଡ଼ୁଛି। କାରଣ ଏହି ସିଟ୍‌ ଗୁଡ଼ିକରେ ଅତିରିକ୍ତ ଲେଗ୍‌ ସ୍ପେସ୍(ଗୋଡ଼ ଥୋଇବା ପାଇଁ ସ୍ଥାନ) ରହିଥାଏ। ଏଥିସହିତ ଝରକା ପାଖ ସିଟ୍‌ରେ ବସିଲେ ମଧ୍ୟ ଅଧିକ ଟଙ୍କା ଦେବାକୁ ପଡ଼ିଥାଏ। ଏଥର କିନ୍ତୁ ବିମାନର ମଝି ସିଟ୍‌ ଓ ସାମ୍ନାପଟ ମଝି ସିଟ୍‌ରେ ବସିବାକୁ ଅଧିକ ପଇସା ଦେବାକୁ ପଡ଼ିବ। ବର୍ତ୍ତମାନର ଟ୍ରେଣ୍ଡକୁ ଦେଖି ଏପରି ନିଷ୍ପତ୍ତି ନିଆଯାଇଛି ବୋଲି ଏୟାରଲାଇନ୍ସର ଜଣେ ବରିଷ୍ଟ ଅଧିକାରୀ କହିଛନ୍ତି। ପ୍ରକାଶ ଥାଉ କି ବର୍ତ୍ତମାନ ଏୟାରଇଣ୍ଡିଆ ବିମାନକୁ ୧୦୦ କୋଟି ଟଙ୍କା ଲଗେଜ ବାବଦକୁ ମିଳୁଥିବା ବେଳେ ୨୦୦ କୋଟି ଟଙ୍କା ବିଜ୍‌ନେସ କ୍ଲାସ୍‌ରେ ବସିବା ପାଇଁ ମିଳୁଛି।