ପେଟିଏମ ପାଲଟିଲା ପେମେଣ୍ଟ ବ୍ୟାଙ୍କ: ଅନଲାଇନ୍‌ ନେଣଦେଣରେ ଲାଗିବନି ଚାର୍ଜ

ଦେଶର ଅଗ୍ରଣୀ ପେଟିଏମ ପକେଟ୍‌ ୱାଲେଟ୍‌ ଆଜି ଠାରୁ ପେମେଣ୍ଟ୍‌ ବ୍ୟାଙ୍କରେ ପରିଣତ ହୋଇଛି। ଆଜି ପେମେଣ୍ଟ ବ୍ୟାଙ୍କ ଲଞ୍ଚ ହେବା ନେଇ କମ୍ପାନୀ ପକ୍ଷରୁ ବିଧିବଦ୍ଧ ଘୋଷଣା କରାଯାଇଛି। ଫଳରେ ପେଟିଏମ ପେମେଣ୍ଟ ବ୍ୟାଙ୍କରୁ ଅନଲାଇନ୍‌ ନେଣଦେଣରେ ଆଉ ଚାର୍ଜ ଲାଗିବନି। ପେମେଣ୍ଟ ବ୍ୟାଙ୍କରେ ଜମା ରାଶି ଉପରେ ପେଟିଏମ ତରଫରୁ 4 ପ୍ରତିଶଥ ସୁଧ ମଧ୍ୟ ଦିଆଯିବାର ବ୍ୟବସ୍ତା ରହିଛି। ଆଜି ଠାରୁ ପେଟିଏମ ୱାଲେଟ୍‌ କାରବାର ପିପିବିଏଲ ଆଧିନକୁ ଚାଲିଯାଇଛି। ଯଦି କୌଣସି ଗ୍ରାହକ ଏହି ବ୍ୟବସ୍ତାକୁ ଆପଣେଇବାକୁ ଚାହୁଁ ନାହାଁନ୍ତି ତେବେ ଏଥିପାଇଁ ମଧ୍ୟ କମ୍ପାନୀ ବିକଳ୍ପ ରଖିଛି। ଗ୍ରାହକ ଜଣକ ଯଦି ତାଙ୍କ ପେଟିଏମ୍‌ ୱାଲେଟ୍‌କୁ ପେମେଣ୍ଟ ବ୍ୟାଙ୍କରେ ସ୍ଥାନାନ୍ତର କରିବାକୁ ଚାହୁଁନାହାନ୍ତି ତେବେ ୱାଲେଟ୍‌ରେ ଜମା ରାଶିକୁ ମଧ୍ୟ ଗ୍ରାହକଙ୍କ ବ୍ୟାଙ୍କ ଖାତାକୁ ପ୍ରଦାନ କରିଦିଆଯିବାକୁ କୁହାଯାଇଛି। ଏୟାରଟେଲ, ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କର ଆରମ୍ଭ ହେବା ପରେ ପେଟିଏମ ତୃତୀୟ କମ୍ପାନୀ ଭାବେ ଏହି ବ୍ୟବସ୍ତା ଆରମ୍ଭ କରିଛି। ପେଟିଏମ ଖୁବ ଶୀଘ୍ର ପେମେଣ୍ଟ ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ପାଇଁ KYC(know your customer) ସେଣ୍ଟର ଖୋଲିବାକୁ ଯାଉଛି। ପେଟିଏମ ପେମେଣ୍ଟ ବ୍ୟାଙ୍କ ସମ୍ବନ୍ଧରେ ସୂଚନା ଦେବାକୁ ଯାଇ ପେମେଣ୍ଟ ବ୍ୟାଙ୍କର ସିଇଓ ରେଣୁ ସତୀ କହିଛନ୍ତି ଯେ ଆମର ଲକ୍ଷ ଭାରତର ସବୁଠୁ ବିଶ୍ୱସନୀୟ ବ୍ୟାଙ୍କ ହେବାକୁ। ଏହାସହ 2020 ସୁଦ୍ଧା ଆମେ 50 କୋଟି ଲୋକଙ୍କୁ ଏହି ପେମେଣ୍ଟ ବ୍ୟାଙ୍କରେ ଯୋଡିବାକୁ ଆଶାବାଦୀ ଅଛୁ।