ପେଟିଏମ୍‌ ପ୍ରତିଷ୍ଠାତାଙ୍କ ଘରକୁ ନେଇ ଚର୍ଚ୍ଚା; ପଢ଼ନ୍ତୁ କେତେ ଟଙ୍କା ଦେଇ ଘର କିଣିଲେ ଶେଖର

ନୂଆଦିଲ୍ଲୀ: ପେଟିଏମ୍‌ର ପ୍ରତିଷ୍ଠାତା ଶେଖର ଶର୍ମା ନୂଆଦିଲ୍ଲୀର ଗଲ୍ପ ଲିଂକ୍ସ ଅଞ୍ଚଳରେ ଏକ ଘର କିଣିଛନ୍ତି। ଏହି ଘରର ମୂଲ୍ୟ ୮୨ କୋଟି। ଗଲ୍ଫ ଲିଂକ୍‌ସ ଦେଶର ସବୁଠୁ ଦାମୀ ଅଞ୍ଚଳ ଭାବେ ଜଣାଶୁଣା। ଲୁଟିୟନ ଜୋନ୍‌ରେ ସେ କିଣିଥିବା ଏହି ଘରଟି ପ୍ରାୟ ୬୦୦୦ ବର୍ଗଫୁଟ୍‌ର। ଏହି ଘର କିଣିବା ପାଇଁ ଶେଖର ଚୁକ୍ତ କରି ସାରିଛନ୍ତି। ଆଡ୍‌ଭାନ୍ସ ମଧ୍ୟ ଦେଇ ସାରିଛନ୍ତି। ଏଯାଏଁ ଏହି ଘର ତାଙ୍କ ନାଁରେ ପଞ୍ଜିକୃତ ହୋଇନାହିଁ।